ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଆଜିଠୁ ନନ୍ଦନକାନନ ଜଙ୍ଗଲ ସଫାରିକୁ ଚାଲିଲା ବସ୍‌

ଭୁବନେଶ୍ବର(କେନ୍ଯୁଜ୍): ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଆଜିଠୁ ଚାଲିଲା ଜଙ୍ଗଲ ସଫାରିକୁ ବସ୍‌ । ଦେଢ ବର୍ଷ ପରେ ପୁଣି ଥରେ ବସ୍‌ ସେବା ଆରମ୍ଭ ହୋଇଛି । ୨୦୨୦ ମାର୍ଚ୍ଚ ୧୫ରୁ ଜଙ୍ଗଲ ସଫାରୀ ବନ୍ଦ ପଡିଥିଲା ।

ନନ୍ଦନକାନନର ପଛପଟ ୯ନମ୍ବର ଗେଟ ନିକଟରେ ନୂଆ କରି ତିଆରି ହୋଇଥିବା ନୂତନ ସଫାରୀ ବସଷ୍ଟାଣ୍ଡରେ ଟିକେଟ କାଟି ସଫାରୀର ମଜା ନେଇ ପାରିବେ ପର୍ଯ୍ୟଟକ । ପ୍ରଥମେ ୩୪ଟି ସିଟ୍‌ ବିଶିଷ୍ଟ ୨ଟି ବସ୍‌କୁ ଚାଲୁ କରାଯିବ । ପ୍ରତି ପର୍ଯ୍ୟଟକଙ୍କ ପିଛା ୬୦ଟଙ୍କା ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ଦେଇଛନ୍ତି ଉପ ନିର୍ଦ୍ଦେଶକ ଡ.ସଞ୍ଜିବ କୁମାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.