ଦୁଇ ଗୋଷ୍ଠୀ ପିଟାପିଟି ଘଟଣା: ବାରିପଦାରେ ବସ୍‌ ଚଳାଚଳ ବନ୍ଦ, ଯାତ୍ରୀ ହନ୍ତସନ୍ତ

ବାରିପଦା (କେନ୍ୟୁଜ): ବାରିପଦା ବସଷ୍ଟାଣ୍ଡରେ ଗତକାଲି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ବସ୍ ଷ୍ଟାଣ୍ଡରେ ଲାଗିବା ଓ ଛାଡିବା ସମୟକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲେ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ସହ ହଣାକଟା ହୋଇଥିଲେ ।  ଦୁଇ ଗୋଷ୍ଠୀ ପିଟାପିଟି ଘଟଣାରୁ ଆଜି ବସ୍‌ ଚଳାଚଳ ବନ୍ଦ ରହିଛି। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବସ୍‌ ଚଳାଚଳ ବନ୍ଦ ରହିଛି ।

ସୂଚନା ଅନୁସାରେ ଶୁକ୍ରବାର ବସ୍ ଟାଇମିଂ କୁ ନେଇ ଦୁଇ ଗୋଷ୍ଠୀ ପିଟାପିଟି ହୋଇଥିଲେ। ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ସହ ଖଣ୍ଡା, ଭୁଜାଲି ଭଳି ବିଭିନ୍ନ ମାରଣାସ୍ତ୍ର ଆକ୍ରମଣରେ ଉଭୟ ପକ୍ଷରୁ ୧୦ ରୁ ଅଧିକ ବ୍ୟକ୍ତି ଆହାତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ବାରିପଦା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆହତଙ୍କ ମଧ୍ୟରୁ ୬ ଜଣ ଗୁରୁତର ରହିଛନ୍ତି। ସଙ୍କଟାପନ୍ନ ଥିବା ବାରିପଦା ଯାତ୍ରୀବାହୀ ବସ୍‌ ମାଲିକ ତପନ କୁମାର ପୃଷ୍ଟି ଓ ସୁପରଭାଇଜର ଶୀତିକଣ୍ଠ ନାଏକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ୪ ଜଣଙ୍କ ମଧ୍ୟରେ ବିଶ୍ୱଜିତ ବେହେରା, ସ୍ୱପ୍ନଜିତ ସାହୁ, ଜୟଦେବ ମହାପାତ୍ର ଓ ସୌରଭ କୁମାର ବାରିକ ଚିକିତ୍ସାଧୀନ ରହିଛନ୍ତି। ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ଉଭୟ ପକ୍ଷରୁ ୧୦ ଜଣଙ୍କୁ ଅଟକ ରଖିଛି ଟାଉନ୍‌ ପୋଲିସ।

 

You might also like