ଗଞ୍ଜାମ ଜିଲ୍ଲାରେ ବସ୍ ଧର୍ମଘଟ : ବ୍ରହ୍ମପୁରରୁ କୌଣସି ସ୍ଥାନକୁ ଗଡୁନି ପ୍ରାୟ ୭୦୦ବସ୍

ଗଞ୍ଜାମ : ବ୍ରହ୍ମପୁର ସହର ମଧ୍ୟରେ ଥିବା ବସଷ୍ଟାଣ୍ଡକୁ ସହର ଉପକଣ୍ଠ ହଳଦିଆପଦରଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ବସ୍ ଟର୍ମିନାଲକୁ ସ୍ଥାନାନ୍ତର କରିବା ଲାଗି ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏହାକୁ ବିରୋଧ କରିଛି ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ। ହଳଦିଆପଦରଠାରେ ଉପଯୁକ୍ତ ଭିତ୍ତିଭୂମି ନଥିବାରୁ ମାଲିକମାନେ ବସ୍ ଚଳାଚଳ ପାଇଁ ରାଜି ହେଉନାହାଁନ୍ତି। ସହର ମଧ୍ୟ ଦେଇ ବସ୍ ଚଳାଚଳ କରି ହଳଦିଆପଦର ଟର୍ମିନାଲକୁ ଯିବା ଆସିବାବେଳେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ। ଏନେଇ ଜିଲ୍ଲା ପ୍ରଶାସନ ସହ ବସ୍ ମାଲିକ ସଂଘ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ନହେବାରୁ ଆଜିଠାରୁ ବସ୍ ଚଳାଚଳ ବନ୍ଦ କରିଦିଆଯାଇଛି। ଫଳରେ ଯାତ୍ରୀମାନେ ଯିବା ଆସିବା ପାଇଁ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

Leave A Reply

Your email address will not be published.