ତିନି ଦିନ ପରେ ଗଞ୍ଜାମ ଜିଲ୍ଲାରେ ବସ୍ ଧର୍ମଘଟ ପ୍ରତ୍ୟାହୃତ

ଭୁବନେଶ୍ବର : ଦାବି ପୂରଣ ନେଇ ମିଳିଲା ପ୍ରତିଶୃତି। ତିନି ଦିନ ପରେ ଗଞ୍ଜାମ ଜିଲ୍ଲାରେ ବସ୍ ଧର୍ମଘଟ ପ୍ରତ୍ୟାହୃତ । ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ଏହି ନିଷ୍ପତ୍ତି ନେଇଛି । ଆଜି ପରିବହନ ମନ୍ତ୍ରୀ ନୃସିଂହ ସାହୁଙ୍କ ସହ ବସ୍ ମାଲିକ ସଂଘର ଏକ ପ୍ରତିନିଧି ଦଳ ଆଲୋଚନା କରିଥିଲେ । ଦାବି ପୂରଣ ପାଇଁ ସରକାର ତିନି ମାସ ସମୟ ନେଇଛନ୍ତି । ବ୍ରହ୍ମପୁର ହଳଦିଆପଦର ବସ୍ ଟର୍ମିନାଲର ଭିତ୍ତିଭୂମି ବିକାଶ କରାଯିବ । ବ୍ରହ୍ମପୁର ସିଟି ବସଷ୍ଟାଣ୍ଡରୁ ନବନିର୍ମିତ ହଳଦିଆପଦର ବସ୍ ଟର୍ମିନାଲକୁ ବସଷ୍ଟାଣ୍ଡ ସ୍ଥାନାନ୍ତର ନିର୍ଦ୍ଦେଶକୁ ବିରୋଧ କରି ଘରୋଇ ବସ୍ ମାଲିକ ସଂଘ ଧର୍ମଘଟ କରିଥିଲା । ଗତ ତିନି ଦିନ ଧରି ସାରା ଗଞ୍ଜାମ ଜିଲ୍ଲାରେ ବସ୍ ଚଳାଚଳ ଠପ୍ ହୋଇ ଯାଇଥିଲା । ଯାତ୍ରୀମାନେ ହଇରାଣ ହୋଇଥିଲେ । ସରକାରଙ୍କ ସହ ଆଲୋଚନା ପରେ ଆଜିଠାରୁ ଗଞ୍ଜାମରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି ।