ବ୍ରହ୍ମପୁରରେ ନୂଆ ବସ୍ ଟର୍ମିନାଲକୁ ବିରୋଧ କରି ବସ୍ ଧର୍ମଘଟ

busଗଞ୍ଜାମ: ବ୍ରହ୍ମପୁରରେ ନୂଆ ବସ୍ ଟର୍ମିନାଲକୁ ବିରୋଧ କରି ଗଞ୍ଜାମରେ ବସ୍ ଧର୍ମଘଟ ଜାରି। ଫଳରେ ହଇରାଣ ହେଉଛନ୍ତି ଶହ ଶହ ଯାତ୍ରୀ। ବ୍ରହ୍ମପୁର ହଳଦିଆପଦରଠାରେ ନୂତନ ଭାବେ ନିର୍ମିତ ବସ୍ ଟର୍ମିନାଲକୁ ବସ୍ ଚଳାଚଳ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ନୂଆ ଟର୍ମିନାଲରେ ଆବଶ୍ୟକ ଭିତ୍ତିଭୂମି ନଥିବା ଦର୍ଶାଇ ଗଞ୍ଜାମ ଜିଲ୍ଲା ଘରୋଇ ବସ୍ ମାଲିକ ସଂଘ ଗତ କାଲିଠାରୁ ଧର୍ମଘଟ ଚଳାଇଛି। ଫଳରେ ୭୦୦ରୁ ଅଧିକ ବସ୍ ଚଳାଚଳ ବନ୍ଦ ରହିଛି। ବସ୍ ଚଳାଚଳ ବନ୍ଦ ରହିବାରୁ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ସହର ମଧ୍ୟ ଦେଇ ବସ୍ ହଳଦିଆପଦର ଟର୍ମିନାଲକୁ ଯିବା ଆସିବାବେଳେ ସହରରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବ ଏବଂ ଦୁର୍ଘଟଣା ଘଟିବାର ଆଶଙ୍କା ଥିବା ସଂଘ କହିଛି। ଅନ୍ୟପଟେ ବସ୍ ମାଲିକମାନେ ଜିଲ୍ଲାପାଳ ଏବଂ ଆର୍ଟିଓଙ୍କୁ ଭେଟି ସମସ୍ୟା ସଂପର୍କରେ ଲିଖିତ ଭାବେ ଜଣାଇଛନ୍ତି। ଗଞ୍ଜାମ ଜିଲ୍ଲା ବସ୍ ମାଲିକ ସଂଘର ଦାବିକୁ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସମର୍ଥନ କରିଛି। ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସମାଧାନ ନହେବା ପର୍ୟ୍ୟନ୍ତ ଗାଡ଼ିଚଳାଚଳ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ସଂଘ।

You might also like