ଧରାପଡିଲା ବସ୍ ଚୋର !

bus chorବାଲେଶ୍ବର : ଶେରଗଡ଼ ଟୋଲ୍ ଗେଟରୁ ବସ୍ ସହ ବସ୍ ଚୋରକୁ ଗିରଫ କଲା ପୋଲିସ। ଗୌରାଙ୍ଗ ସାହୁ ନାମକ ଜଣେ ଯୁବକ ବସଟିକୁ ବାଲେଶ୍ୱର କାନ୍ଥି ବସଷ୍ଟାଣ୍ଡରୁ ଚୋରିକରି ଭଦ୍ରକ ଯାଉଥିବାବେଳେ ୧୬ନମ୍ବର ଜାତୀୟ ରାଜପଥ ଉପରେ ଟୋଲ୍ ଗେଟ୍ କର୍ମଚାରୀ ଅଟକାଇଥିଲେ। ତେବେ ଟୋଲ୍ ଫି ମାଗିବାରୁ କର୍ମଚାରୀଙ୍କ ସହ ଗଣ୍ଡଗୋଳ କରିଥିଲା। ପଚରାଉଚରାବେଳେ ବସର ଆବଶ୍ୟକ କାଗଜପତ୍ର ମଧ୍ୟ ଦେଇପାରିନଥିଲା। ଏନେଇ ଟୋଲ୍ ଗେଟ୍ କର୍ମଚାରୀ ପୋଲିସକୁ ଖବର ଦେଇଥିଲେ। ପଚରାଉଚରାବେଳେ ଗୌରାଙ୍ଗ ବସଟିକୁ ଚୋରୀ କରିଥିବା କଥା ମାନିଥିଲା।

Leave A Reply

Your email address will not be published.