‘ଦାନା’ ପ୍ରଭାବିତ ଅଞ୍ଚଳରେ ବସ୍ ଚଳାଚଳ ପ୍ରଭାବିତ, ରାସ୍ତା ଉପରେ ପଡିଛି ବଡ଼ ବଡ଼ ଗଛ

ଯାଜପୁର: ଦାନା ପ୍ରଭାବିତ ଅଞ୍ଚଳରେ ବସ୍ ଚଳାଚଳ ପ୍ରଭାବିତ । ଯାଜପୁର ଜିଲ୍ଲାରେ ଗତକାଲି ରାତିରୁ ଲାଗି ରହିଛି ଲଗାଣ ବର୍ଷା । ଫଳରେ ଆଜି ସକାଳୁ ଜୀବନଯାତ୍ରା ପ୍ରଭାବିତ ହୋଇଛି । ପ୍ରବଳ ପବନରେ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡ଼ିବା ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକ ଓ ବାତ୍ୟା ମୁକାବିଲା ପାଇଁ ଆସିଥିବା ଓଡ୍ରାଫ୍ ଟିମ୍ ରାସ୍ତା ସଫା କାମରେ ଲାଗିଛନ୍ତି । ସେପଟେ ବିପଦ ସଙ୍କୁଳ ଘର ମାନଙ୍କରେ ରହୁଥିବା ଲୋକ ମାନେ ଏବେ ବାତ୍ୟା ଆଶ୍ରୟ ସ୍ଥଳ ରେ ରହିଛନ୍ତି । ସେମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି ।