ଟାଙ୍ଗୀ ଚାନ୍ଦପୁର ବାଇପାସ୍‌ରେ ବସ୍‌-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ

ଟାଙ୍ଗୀ: ବସ୍‌-ଟ୍ରକ ମୁହାଁମୁହିଁ, ଟ୍ରକ ଚାଳକ ମୃତ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଚାନ୍ଦପୁର ବାଇପାସ୍‌ରେ ଦୁର୍ଘଟଣା । କେରଳର କୁନୁରୁ ଅଞ୍ଚଳରୁ ପ୍ରବାସୀ ଓଡ଼ିଆଙ୍କୁ ଧରି ବସଟି ଓଡ଼ିଶା ଆସୁଥିଲା ।

ରାସ୍ତା କାମ ଚାଲୁଥିବାରୁ ଉଭୟ ବସ୍‌ ଓ ଟ୍ରକ୍‌ ଗୋଟିଏ ରୁଟରେ ଯିବା ଆସିବା କରୁଥିଲେ । ଦୁର୍ଘଟଣାରେ ପ୍ରବାସୀ ଶ୍ରମିକ ଆହତ ହୋଇଛନ୍ତି । ସମସ୍ତ ଶ୍ରମିକ କଟକ ଓ କେନ୍ଦ୍ରାପଡା ଅଞ୍ଚଳର ବୋଲି ଜଣାପଡିଛି । ଖବର ପାଇ ଟାଙ୍ଗୀ ପୋଲିସ୍‌ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଅନ୍ୟ ବସ୍‌ ଯୋଗେ ଘରକୁ ପଠାଇ ଦେଇଛି । ମୃତ ଟ୍ରକ ଚାଳକଙ୍କ ପରିଚୟ ମିଳି ପାରିନି । ତଦନ୍ତ ଜାରି ରଖିଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.