ଧାମରା-କଟକ ରାସ୍ତାରେ ବସ୍-ଟ୍ରକ ମୁହାଁମୁହିଁ ଧକ୍କା, ୨୦ରୁ ଅଧିକ ଆହତ

ଭଦ୍ରକ(କେନ୍ଯୁଜ୍) : ବସ୍-ଟ୍ରକ ମୁହାଁମୁହିଁ ଧକ୍କା। ଭଦ୍ରକ ଧାମରା-କଟକ ରାସ୍ତା କଂରଜମାଳ ଛକରେ ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ହୋଇଛନ୍ତି। ୧୦ଜଣ ଗୁରୁତରଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ଏକ ବସ୍ ଧାମରାରୁ କଟକ ଆସୁଥିଲା। ସେହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ପଥର ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ଦେଇଥିଲା। ଏହାପରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା। ବସ୍ରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସ୍ ଓ ଟ୍ରକକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଘନ କୁହୁଡି ଯୋଗୁଁ ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି।