ଗୁଳି ଫୁଟି ବ୍ୟବସାୟୀଙ୍କ ମୃତ୍ୟୁ, ତଦନ୍ତ କରୁଛି ପୋଲିସ

ନିଜ ସର୍ଭିସ ରିଭଲବଲରୁ ଗୁଳିକରି ଆତ୍ମହତ୍ୟା କଲେ ବିଶିଷ୍ଟ ବ୍ୟବସାୟୀ ବଳରାମ ସାହୁ। ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ କାଲଟାକ୍ସ ନିଜଘରେ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ସୁଚନା।

ଢେଙ୍କାନାଳ : ନିଜ ବନ୍ଧୁକରୁ ମୁଣ୍ଡକୁ ଗୁଳି ମାରି ଜୀବନ ହାରିଲେ ବ୍ୟବସାୟୀ । ଢେଙ୍କାନାଳ ଟାଉନ ଥାନାର କାଲଟାକ୍ସରେ ଏହି ଘଟଣା ଘଟିଛି । ମୃତକଙ୍କ ନାଁ ବଳରାମ ସାହୁ। ନିଜ ଘରେ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଘର ଆଗରେ ଥିବା ବଗିଚାରେ ପଡ଼ିଥିଲା ରକ୍ତ ଜୁଡୁବୁଡୁ ମୃତଦେହ । ମୃତଦେହ ପାଖରେ ପଡ଼ିଥିଲା ରିଭଲଭଲ । ବଳରାମ ସାହୁଙ୍କର କ୍ରସର ଇଟା ଫ୍ୟାକ୍ଟ୍ରି, ସ’ ମିଲ ମଧ୍ୟ ଥିଲା। ତେବେ ସେ କାହିଁକି ଆତ୍ମହତ୍ୟା କଲେ । ବ୍ୟବସାୟରେ କ୍ଷତି ନା ପାରିବାରିକ ସମସ୍ୟା ଥିଲା । ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଟାଉନ ଥାନା ପୋଲିସ ଅଧିକ ଖୋଳତାଡ କରୁଛି । ପରିବାର ଲୋକଙ୍କୁ ପଚରାଉଚରା କରାଯାଇଛି । କରଜ ସୁଝି ନପାରି ମାନସିକ ଭାରସାମ୍ୟ ହରାଇ ବ୍ୟବସାୟୀ ବଳରାମ ସାହୁ ଏପରି କରିଥିବା ଅନୁମାନ କୁହାଯାଉଛି ।