କେନ୍ଦ୍ରାପଡ଼ା ଗୋପ ଛକ ନିକଟରେ ଗାଡି ସାଇଟ ମରାକୁ ନେଇ ଗୁଳିକାଣ୍ଡ, ବ୍ୟବସାୟୀ ଗୁରୁତର

କେନ୍ଦ୍ରାପଡ଼ା: ଗାଡି ସାଇଟ ମରାକୁ ନେଇ ଗୁଳିକାଣ୍ଡ। କେନ୍ଦ୍ରାପଡ଼ା ଗୋପଛକ ନିକଟରେ ଏହି ଗୁଳିକାଣ୍ଡ ହୋଇଛି। ଆହତ ଜଣକ ସାନମଙ୍ଗଳାର ରଞ୍ଜିତ ପାତ୍ର। ତାଙ୍କର ୨ଟି ଗୋଡରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ରଞ୍ଜିତଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ରଞ୍ଜିତ ଭୁବନେଶ୍ୱରରେ ରହି ବ୍ୟବସାୟ କରନ୍ତି।

ଗତ ୪ ଦିନ ତଳେ ସେ ନିଜ ପରିବାର ଲୋକଙ୍କ ସହ କାର ଯୋଗେ କେନ୍ଦ୍ରାପଡ଼ା ଫେରୁଥିଲେ। ଫେରିବାବେଳେ ସାନମଙ୍ଗଳା ଛକ ନିକଟରେ ଗାଡି ସାଇଡମରାକୁ ନେଇ କିଛି ଲୋକଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏନେଇ ର଼ଂଜିତ କେନ୍ଦ୍ରାପଡ଼ା ଟାଉନ ଥାନାରେ ଅଭିଯୋଗ କରିଥିଲେ। ଆଜି ଭୋରରୁ ଦୁର୍ବୃତ୍ତମାନେ ତାଙ୍କୁ ଘରୁ ଡାକିନେଇ ନିସ୍ତୁକ ମାଡ ମାରିବା ସହ ଗୁଳି କରିଥିବା ରଞ୍ଜିତଙ୍କ ମାଆ ଅଭିଯୋଗ କରିଛନ୍ତି। ସଦର ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.