ରାଜଧାନୀରେ ବ୍ୟବସାୟୀଙ୍କ ପୁଅ ଅପହରଣ ଘଟଣା: ଆଜି ୪ ଅଭିଯୁକ୍ତଙ୍କର ହୋଇପାରେ ଟିଆଇ ପରେଡ୍‌

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀରେ ବ୍ୟବସାୟୀଙ୍କ ପୁଅ ଅପହରଣ ଘଟଣାରେ ରିମାଣ୍ଡରେ ଆଣିବ ପୋଲିସ। ୪ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରିଛି ପୋଲିସ। ଆଜି ୪ ଜଣଙ୍କର ହୋଇପାରେ ଟିଆଇ ପରେଡ୍‌। ଅଭିଯୁକ୍ତ ମାନଙ୍କୁ ଚିହ୍ନିବେ ଅପହୃତ ହୋଇଥିବା ଇଶାନ ଅଗ୍ରଓ୍ଵାଲ। ଏହି ଘଟଣାରେ ଏବେବି ୨ ଅଭିଯୁକ୍ତ ଫେରାର ଅଛନ୍ତି। ଫେରାର୍‌ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ତନାଘନା ତଦନ୍ତ ଚାଲିଛି ।

୪ ଅଭିଯୁକ୍ତଙ୍କ ବିଭିନ୍ନ ଅପରାଧିକ ମାମଲା ନେଇ ପୋଲିସ ପଚରାଉଚରା କରିବ। ଗତ ୩୧ ତାରିଖରେ ଇଶାନ ଅଗ୍ରଓ୍ଵାଲଙ୍କୁ କିଡନାପ୍‌ କରିଥିଲେ । ଓମଫେଡ୍‌ ଦୋକାନକୁ ଚା ପିଇବା ପାଇଁ ଯିବା ବେଳେ ତାଙ୍କୁ ଉଠାଇ ନେଇଥିଲେ ଦୁର୍ବୃତ୍ତ । ମୁଣ୍ଡ ପାଇଁ ୩୦ ଲକ୍ଷ ଟଙ୍କା ବନ୍ଧକ ରଖିଥିଲେ । ୩୬ ଘଣ୍ଟାର ଅପରେସନ୍‌ ପରେ ନୟାଗଡ଼ ସୁନାଖଳାର ଏକ ଜଙ୍ଗଲରୁ ଇଶାନଙ୍କୁ ଉଦ୍ଧାର କରିଥିଲା କମିଶନରେଟ ପୋଲିସର ସ୍ପେଶାଲ୍‌ ଟିମ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.