ଘରେ ପଶି ବ୍ୟବସାୟୀଙ୍କ ଗଳା କାଟି ହତ୍ୟା, ପୂର୍ବ ଶତ୍ରୁତା ସନ୍ଦେହ 

ମୟୂରଭଞ୍ଜ :   ବାରିପଦା ସହରରେ ଦିନ ଦ୍ବିପ୍ରହରେ ଛୁରାମାଡ କଲେ ଦୁର୍ବୃତ୍ତ ।  ଗଳା କାଟି ବ୍ୟବସାୟୀଙ୍କୁ ହତ୍ୟା କରାଯାଇଛି  । ବାରିପଦା ଭଞ୍ଜପୁର ଥାନା ଫରେଷ୍ଟ କଲୋନୀରେ ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ୩ ନମ୍ବର ୱାର୍ଡର ଟିକଲୁ ପଣ୍ଡା ।

ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ଘରେ ପଶି ଜଣେ ବ୍ୟବସାୟୀଙ୍କୁ ଗଳା କାଟି ଅତି ନିର୍ମମ ଭାବରେ ହତ୍ୟା କରିଛନ୍ତି। ଗୁରୁତର ଅବସ୍ଥାରେ ତୁରନ୍ତ ଉଦ୍ଧାର କରାଯାଇ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।  ହତ୍ୟା କରିବା ପାର ଦୁର୍ବୃତ୍ତ ମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି  । ତେବେ କାହିଁକି ବ୍ୟବସାୟୀ ଜଣଙ୍କୁ ହତ୍ୟା କରାଯାଇଛି, ସେ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହେଇଥିବା ସନ୍ଦେହ କରାଯାଉଛି ।  ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

 

 

ଆହୁରି ପଢ଼ନ୍ତୁ :   ଦ୍ୱିତୀୟ ବିବାହ ନିଶାରେ ୨ ପୁଅକୁ ଜୀବନରୁ ଶେଷ କରିଦେଲା ବାପା