ଜଳିଲାଣି ରାଜଧାନୀ, ଭୋର ୫ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର (କେନ୍ୟୁଜ): ସକାଳୁ ସକାଳୁ ଜାଳିଲାଣି ରାଜଧାନୀ । ଆକାଶରୁ ବର୍ଷୁଛି ଅଗ୍ନି ପିଣ୍ଡୁଳା । ଭୋର ୫ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୩୧ ଡିଗ୍ରୀ ରେକର୍ଡ କରାଯାଇଛି। ଗରମ ସାଙ୍ଗକୁ ଗୁଳୁଗୁଳି କରୁଛି କଲବଲ । ଆଗାମୀ ୨ ଦିନ ଭିତରେ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ବଢ଼ିବ । ୪୮ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ ।
ଗତକାଲି ୪ ସହରରେ ତାପମାତ୍ରା ୪୬ ଡିଗ୍ରୀ ଟପିଛି । ବଲାଙ୍ଗୀରରେ ତାପମାତ୍ରା ୪୬.୩, ସୋନପୁର ୪୬.୨ , ଟିଟିଲାଗଡ଼ ଓ ଝାରସୁଗୁଡ଼ାରେ ତାପମାତ୍ରା ୪୬ ଡିଗ୍ରି ରେକର୍ଡ କରାଯାଇଛି । ଆଜି ସିଭିୟର ହିଟୱେଭ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିପରି ହିଟୱେଭ ପାଇଁ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଏବଂ ତାତି ଓ ଗୁଳୁଗୁଳି ପାଇଁ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଦିଆଯାଇଛି । ରାଜ୍ୟରେ ୧ ଓ ୨ ତାରିଖ ବେଳକୁ କାଳବୈଶାଖୀ ସମ୍ଭାବନା ରହିଛି। ଏହାର ପ୍ରଭାବରେ ତାତିରୁ କିଛିଟା ଆଶ୍ୱସ୍ତି ମିଳିବ । ଦିନ ତାପମାତ୍ରା ୩ରୁ ୪ ଡିଗ୍ରୀ କମିପାରେ।