ମହାନଦୀ ସିଷ୍ଟମ୍‌ରେ ହୋଇଛି ୭ଟି ଘାଇ, ହୀରାକୁଦ ଗେଟ୍‌ ବନ୍ଦ କରିବା ନେଇ ଆଜି ନିଷ୍ପତ୍ତି: ବିଜୟ ମିଶ୍ର

ଭୁବନେଶ୍ୱର(କେନ୍ୟୁଜ୍): ଚଳିତ ବନ୍ୟାରେ ମହାନଦୀ ସିଷ୍ଟମ୍‌ରେ ହୋଇଛି ୭ଟି ଘାଇ । ହୀରାକୁଦ ଜଳଭଣ୍ଡାରରୁ ଏବେ ୪୦ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ହୀରାକୁଦ ଗେଟ୍‌ ବନ୍ଦ କରିବା ନେଇ ଆଜି ସନ୍ଧ୍ୟା ସୁଦ୍ଧା ନିଷ୍ପତ୍ତି ନିଆଯିବ । ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ।

ହୀରାକୁଦରୁ ୧୪ଟି ଗେଟ୍‌ ଦେଇ ଛଡା ଯାଇଥିବା ପାଣି ମୁଣ୍ଡଳୀରେ ପହଞ୍ଚୁଛି । ବର୍ତ୍ତମାନ ଯେତିକି ଜଳ ପ୍ରବାହିତ ହେଉଛି ତାହା କିଛି ସମୟ ମଧ୍ୟରେ କମିଯିବ । ଏବେ ମୁଣ୍ଡଳୀ ଦେଇ ପାସ କରୁଛି ୧୦ ଲକ୍ଷ ୨୬ ହଜାର ୨୧୮ କ୍ୟୁକେସ୍‌ ବନ୍ୟା ପାଣି । ରାଜ୍ୟରେ ବନ୍ୟା ସ୍ଥିତି ଆହୁରି ୪ରୁ ୫ ଦିନ ଲାଗି ରହିବ । ମହାନଦୀକୁ ଛାଡ଼ି ଅନ୍ୟ ସବୁ ନଦୀର ଜଳସ୍ତର କମୁଥିବା ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.