କ୍ୟାବିନେଟରେ ଦୁଇଟି ପ୍ରସ୍ତାବକୁ ମୋହର । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲେ । ଏଥିରେ ଦୁଇଟି ପ୍ରସ୍ତାବରେ ମୋହର ଲାଗିଛି । ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧିନିୟମରେ ସଂଶୋଧନ ପ୍ରସ୍ତାବ ଓ ଶିଳ୍ପନୀତିର ଦୁଇଟି ସଂଶୋଧନକୁ କ୍ୟାବିନେଟର ଅନୁମୋଦନ ମିଳିଛି ।
ବିଶ୍ବବିଦ୍ୟାଳୟଗୁଡ଼ିକୁ ମିଳିବ ଅଧିକ ସ୍ବାୟତ୍ତତା । ଅଧ୍ୟାପକ ନିଯୁକ୍ତି ଓ କୁଳପତି ଚୟନରେ ଆସିବ ସ୍ବଚ୍ଛତା । କୁଳପତି ଚୟନ ପ୍ରକ୍ରିୟାରେ ସାମିଲ ହେବେ ଏକାଡେମିକ ପ୍ରଫେସନାଲ । ଏହା ଫଳରେ ବିଶ୍ୱବିଦ୍ୟାଳରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଉନ୍ନତି ଆସିବ । ଏହା ବ୍ୟତୀତ ଅଧ୍ୟାପକ ନିଯୁକ୍ତି ଓ କୁଳପତି ଚୟନ ପ୍ରକ୍ରିୟାରେ ଏକାଡେମୀକ ପ୍ରୋଫେସେନାଲ୍ ମାନଙ୍କୁ ଜଡ଼ିତ କରିବା ଓ ବିଭିନ୍ନ କମିଟି ଗଠନ କରିବା ଏହି ସଂଶୋଧନର ଲକ୍ଷ୍ୟ ରହିଛି ।
ରାଜ୍ୟ ଶିଳ୍ପ ନୀତି ୨୦୧୫ ଦୁଇଟି ସଂଶୋଧନକୁ ଅନୁମୋଦନ କରିଛନ୍ତି କ୍ୟାବିନେଟ୍ । ଏହା ଫଳରେ ରାଜ୍ୟରେ ଶିଳ୍ପ ସଂସ୍ଥାକୁ ବା ପୁଞ୍ଜିନିବେଶକାରୀଙ୍କୁ ଅଧିକ ପ୍ରୋତ୍ସାହନ ମିଳିବ ।