କାଳିଆ ପରେ ସମୃଦ୍ଧି। ଓଡ଼ିଶା କୃଷି ନୀତି ସମୃଦ୍ଧିକୁ ମିଳିଲା ରାଜ୍ୟ କ୍ୟାବିନେଟ୍ ଅନୁମୋଦନ। ଏହି କୃଷି ନୀତିର ମୁଖ୍ୟ ଉଦ୍ଦେଶ୍ୟ ହେଲା କୃଷକମାନଙ୍କର ଆୟ ବୃଦ୍ଧିକୁ ନିଶ୍ଚିତ କରିବା। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଅଭିବୃଦ୍ଧି ପ୍ରକ୍ରିୟାକୁ ସୁଦୃଢ଼ କରିବା। ସେହିପରି କୃଷି ଅଭିବୃଦ୍ଧିକୁ ନିଶ୍ଚିତ ଚିରନ୍ତର, ସ୍ଥାୟୀ ଓ ବିସ୍ତାରିତ କରାଇବା। ସମୃଦ୍ଧି କୃଷିନୀତି ୨୦୧୯ ଓଡ଼ିଶା କୃଷମାନଙ୍କ ହିତ ପାଇଁ ଉଦ୍ଦିଷ୍ଟ। ସମୃଦ୍ଧିରେ Sର ଅର୍ଥ Science। ଅର୍ଥାତ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ। A- Adaption। ଜଳବାୟୁ ପରିବର୍ତ୍ତନ ସହ ଖାପ ଖୁଆଇବା। M- Market । କୃଷି ଉତ୍ପାଦ ପାଇଁ ବଜାର। R-Resource। ଉତ୍ପାଦନ ବୃଦ୍ଧି ନିଶ୍ଚିତ କରିବା ନିମନ୍ତେ ସମ୍ବଳ। I-Infrastructure। ଉପଯୁକ୍ତ ଭିତ୍ତିଭୂମି । D-Diversification । ଉଚ୍ଚ ମୂଲ୍ୟଯୁକ୍ତ କୃଷି ଉତ୍ପାଦନର ବିବିଧିକରଣ। H-Human Resource। ମାନବ ସମ୍ବଳର ଉନ୍ନତି। I-Institution। ଅନୁଷ୍ଠାନଗୁଡ଼ିକୁ ଶକ୍ତିଶାଳୀ କରିବା।
You might also like