ରାଜ୍ୟ କ୍ୟାବିନେଟ୍ ବୈଠକ ଶେଷ: ବଢ଼ିଲା ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ୍ ଏଡ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକ ଶେଷ ହୋଇଛି । ଏଥିରେ ୧୨ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ ଏଡ୍ ବୃଦ୍ଧି ହୋଇଛି । ପିଛିଲା ଭାବେ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁ ହେବ ।
ସେହିପରି BSSCCRIର କର୍କଟ ରୋଗୀଙ୍କ ଆବାସ ପାଇଁ ୨ ଏକର ମାଗଣା ଜମି ପ୍ରଦାନ । ଗ୍ରାମୀଣ ପାଇପ ଜଳ ଯୋଗାଣରେ ୨ଟି ପ୍ରକଳ୍ପକୁ ଅନୁମୋଦନ । ଯାଜପୁରର ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବ ଏହି ପ୍ରକଳ୍ପ । ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ କାର୍ଯ୍ୟ ୫ ବର୍ଷରେ ଶେଷ ହେବ । ନୟାଗଡ଼ର ଦଶପଲା, ଗଣିଆ ଓ ନୂଆଗାଁରେ ହେବ ୩ଟି ପାନୀୟଜଳ ପ୍ରକଳ୍ପ ହେବ । ମାଲକାନଗିରିର ୪ଟି ପାନୀୟ ଜଳ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରୀ । ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ଏହି ପ୍ରକଳ୍ପ ହେବ ।
ସେହିପରି ଓବିସି କମିଶନ ଆଇନରେ ହେବ ସଂଶୋଧନ ।ଜଳେଶ୍ୱର ଗୋବରୀ ଘାଟର ସୁବର୍ଣ୍ଣରେଖା ନଦୀରେ ହେବ ବ୍ରିଜ୍ । ବ୍ରିଜ୍ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ଅନୁମୋଦନ ମିଳିଛି । ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ । ଜିଏସଟି , ବାଣିଜ୍ୟ କର ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧିନିୟମ ସଂଶୋଧନ ହୋଇଛି । ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମରେ ମଧ୍ୟ ସଂଶୋଧନ କରାଯାଇଛି । OSJS ଓ OJS ସେବା ଅଧିନିୟମରେ କ୍ୟ୍ୟାବିନେଟରେ ସଂଶୋଧନ । ଖଣି, ଭୂତତ୍ତ୍ୱ ସେବା ନିର୍ଦ୍ଦେଶାଳୟର ୫ଟି କ୍ୟାଡର ନିଯୁକ୍ତିରେ ସଂଶୋଧନ ହୋଇଛି ।