କଣ୍ଟାପାଲି(କେନ୍ଯୁଜ୍) : ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ଦାବି ନେଇ ୬୮ ଦିନରେ ପହଞ୍ଚିଛି ଆନ୍ଦୋଳନ। ସମାଧାନ ନେଇ ଆଜି କଣ୍ଟାପାଲିରେ ବସିବ ସିଏସିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଏଥିରେ ଉପସ୍ଥିତ ରହିବାକୁ ପଶ୍ଚିମ ଓଡ଼ିଶାର ସମସ୍ତ ଓକିଲ ସଂଘର କର୍ମକର୍ତ୍ତାଙ୍କୁ ନିମନ୍ତ୍ରଣ କରାଯାଇଛି। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଦୀର୍ଘ ବର୍ଷ ହେବ ଆନ୍ଦୋଳନ ଚାଲିଆସୁଛି। ୨୦୧୪ରେ ସମ୍ବଲପୁର ଓକିଲ ସଂଘ ୪୫ଦିନ ଧରି ଆନ୍ଦୋଳନ ଚଳାଇଥିବାବେଳେ ୨୦୧୮ରେ ୬୮ ଦିନରେ ପହଞ୍ଚିଛି। ଗତ କିଛି ଦିନ ତଳେ ସମ୍ବଲପୁର ଓକିଲ ସଂଘର କିଛି ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସ୍ଥାୟୀ ବେଞ୍ଚ ସ୍ଥାପନ ନେଇ ଦାବି କରିଥିଲେ। ଶୀଘ୍ର ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ହେଲେ ଏହାପରେ କିଛି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ସେପଟେ ଆନ୍ଦୋଳନ ଯୋଗୁଁ ସରକାରୀ କାମ ଠପ୍ ହୋଇଯାଇଛି। ସାଧାରଣ ଲୋକ ନାହିଁ ନଥିବା ହଇରାଣ ହେଉଛନ୍ତି।
You might also like