‘ମୋତେ ଅଶ୍ୱିନୀ ଭାଇ ବୋଲି ଡାକ’, କଟକରେ ଏମିତି କହିଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ରେଳମନ୍ତ୍ରୀଙ୍କ ଅଭିଭାଷଣକୁ ନେଇ ଚର୍ଚ୍ଚା। ମୋତେ ଅଶ୍ୱିନୀ ଭାଇ ବୋଲି ଡାକ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ। ମୁଁ ଜିଲ୍ଲାପାଳ ଥିବା ବେଳେ ଅଶ୍ୱିନୀ ଭାଇ ଡାକୁଥିଲ, ମନ୍ତ୍ରୀ ହେଲା ପରେ ବି ସେ ଭାଇ ଡାକିବାକୁ କହିଛନ୍ତି। କଟକ ଷ୍ଟେସନରେ ପୂର୍ବ ପ୍ରବେଶ ଦ୍ୱାରର ଉନ୍ନତି କରଣର ଭିତ୍ତି ପ୍ରସ୍ତର ସ୍ଥାପନ କରିବା ଅବସରରେ ଏଭଳି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ପୂର୍ବରୁ ଏଠାରେ ଗୋଟିଏ ପଟରେ ପ୍ରବେଶ ଦ୍ୱାର ଥିଲା। ଏବେ ଷ୍ଟେସନର ଉଭୟ ପଟରେ ପ୍ରବେଶ ଦ୍ୱାର ରହିବ। ଷ୍ଟେସନ ନିକଟରେ ଗାଡ଼ି ପାର୍କିଂ, ପିକ୍‌ଅପ ଓ ଡ୍ରପ ପଏଣ୍ଟ, ଆମ୍ବୁଲାନ୍ସ ପାର୍କିଂ ଏବଂ ଭିଆଇପି ପାର୍କିଂ ସହ ପ୍ରଶସ୍ତ ସଂଯୋଗୀକରଣ ରାସ୍ତା ନିର୍ମାଣ କାର୍ଯ୍ୟର ମଧ୍ୟ ଶୁଭାରମ୍ଭ କରିଛନ୍ତି।

Video Credit: Kalinga TV

ତେବେ ଆଜି କଟକ ଗସ୍ତ ବେଳେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମା’ ଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି। ଏ ଅବସରରେ ସେ ବନ୍ୟା କଥା ଉଠାଇଥିଲେ। ବନ୍ୟା ସମୟରେ ମା’ ଚଣ୍ଡୀ କେମିତି କଟକବାସୀଙ୍କୁ ସାହା ହୋଇଥିଲେ, ସେହି କଥାକୁ ବଖାଣିଥିଲେ କେନ୍ଦ୍ରମନ୍ତ୍ରୀ।

Leave A Reply

Your email address will not be published.