ରାଜ୍ୟ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା: ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ମୁହାଁମୁହିଁ ଜେରା ସମୟରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଭଦ୍ରକ (କେନ୍ୟୁଜ): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାଲିଛି ମାରାଥନ୍‌ ଜେରା। ଚିପ୍‌ ନେଇ ଚାଲିଛି ତନାଘନା। ନିରଞ୍ଜନ ଓ ଶର୍ମିଷ୍ଠାଙ୍କୁ ମୁହାଁମୁହିଁ ଜେରା ସମୟରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଶର୍ମିଷ୍ଠା ଚିପ୍‌ ପାଇନାହାଁନ୍ତି ହେଲେ ଭିଡିଓ ଭାଇରାଲ କରି ବିଭ୍ରାନ୍ତି କରୁଛନ୍ତି। ଚିପ୍‌ ନେଇ କ୍ରାଇମବ୍ରାଞ୍ଚର ପଚରାଉଚରା ଚାଲିଛି। ଶର୍ମିଷ୍ଠାଙ୍କର ଦୁଇଟି ଭିଡିଓ ପ୍ରାୟୋଜିତ ଓ ନିଜକୁ ତଥା ନିରଂଜନଙ୍କୁ ବଞ୍ଚାଇବାକୁ ଏହା କରାଯାଇଥିଲା ବୋଲି କ୍ରାଇମବ୍ରାଞ୍ଚ ତଦନ୍ତରୁ ଜାଣିବାକୁ ପାଇଛି।

ପ୍ରଥମ ଭିଡିଓରେ ଶର୍ମିଷ୍ଠା ମାନସଙ୍କ ସହଯୋଗୀ ଦୀପକଙ୍କ ସହ କଥା ହେଉଛନ୍ତି। ସେଥିରେ ସେ ଚିପ୍‌ ପାଇଥିବା କହୁଥିବାବେଳେ ଥାନାରେ ଅଣ୍ଡରଟେକିଙ୍ଗ ଲେଖି ମାନସଙ୍କୁ ଛାଡି ଦେଇଛନ୍ତି ବୋଲି କହୁଛନ୍ତି। ଅଣ୍ରଟେକିଂକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି। ଏହା ଜଣେ ଅଭିଯୁକ୍ତର ହାତ ଲେଖା ବୋଲି ଜଣାପଡୁଛି। ସେହିଭଳି ୨ଟି ଭିଡିଓକୁ ମଧ୍ୟ ଯାଞ୍ଚ କରାଯାଉଛି। ଭିଡିଓରେ ଥିବା ବ୍ୟକ୍ତିଙ୍କୁ ପଚରାଉଚରା ଚାଲିଛି।

ଦିତୀୟ ଭିଡିଓଟି ନିରଞ୍ଜନଙ୍କ ଭଜନ ସୁଟିଙ୍ଗର ଦୃଶ୍ୟ ରହିଛି। ରାତିରେ ମଧ୍ୟ ହୋଟେଲରେ ସୁଟିଙ୍ଗ ହୋଇଥିଲା। ସେଥିରେ କିଛି ଅଶ୍ଲୀଳ ଦୃଶ୍ୟ ଥିବା ଚର୍ଚ୍ଚା ହେଉଛି। ଚିପ୍‌ ନେଇ ତନାଘନା କରୁଛି କ୍ରାଇମବ୍ରାଞ୍ଚ। କିଏ ଭିଡିଓ ଭାଇରାଲ୍‌ କରୁଛି ତାକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

Barsha

Recent Posts

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

11 mins ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

25 mins ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

40 mins ago

ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି, ଆଜି ହିଟ ୱେଭ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ପୁଣି କଲବଲ କଲାଣି ଗରମ ଓ ଗୁଳୁଗୁଳି ।  ବାୟୁମଣ୍ଡଳରେ ଆଦ୍ରତା ବୃଦ୍ଧି ପାଇଥିବାରୁ ଅଧିକ ଗୁଳୁଗୁଳି…

53 mins ago

ଶେଷ ପର୍ଯ୍ୟାୟ ନିର୍ବାଚନ: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର (କେନ୍ୟୁଜ): ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ପାଇଁ କ୍ୟାମ୍ପେନ ଘମାସାନ । ଆଜି ଓଡ଼ିଶାର ୩ଟି ସ୍ଥାନରେ…

1 hour ago

ଆଜିର ରାଶିଫଳ: ଦିନଟି ଆପଣଙ୍କର କିପରି ବିତିବ ଜାଣନ୍ତୁ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଶକ୍ତିଶାଳୀ ହେବାକୁ ଯାଉଛି । ଆପଣ ଠିକ୍ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ…

8 hours ago