ଦିନକ ପରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଆଜି ସରିବ ପ୍ରଚାର

ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ଥମିବ ପ୍ରଚାର । ଦିନକ ପରେ ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ । ପଶ୍ଚିମ ଓଡ଼ିଶାର ୩ଟି ପ୍ରମୁଖ ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର ଓ ଏହା ଅନ୍ତର୍ଗତ୨୧ ବିଧାନସଭା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହେବ । ଏହା ବାଦ ଆସିକା ଓ କନ୍ଧମାଳ ଲୋକସଭା ଆସନ ଏବଂ ଏହା ଅଧୀନରେ ଥିବା ୧୪ଟି ବିଧାନସଭା ଆସନରେ ଭୋଟିଂ ହେବ ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସଂଧ୍ୟାରେ ଥମିବ ପ୍ରଚାର ।  ଦିନକ ପରେ ୫ ଲୋକସଭା ଓ ୩୫ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ।  ପଶ୍ଚିମ ଓଡ଼ିଶାର ୩ଟି ପ୍ରମୁଖ ଲୋକସଭା ଆସନ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର ଓ ଏହା ଅନ୍ତର୍ଗତ୨୧ ବିଧାନସଭା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହେବ ।  ଏହା ବାଦ ଆସିକା ଓ କନ୍ଧମାଳ ଲୋକସଭା ଆସନ ଏବଂ ଏହା ଅଧୀନରେ ଥିବା ୧୪ଟି ବିଧାନସଭା ଆସନରେ ଭୋଟିଂ ହେବ ।

୨୦୧୯ ନିର୍ବାଚନରେ ଏହି ୫ଟି ଲୋକସଭା ଆସନରୁ ୩ଟିରେ ବାଜିମାତ କରିଥିଲା ବିଜେପି  ।  ୨ଟି ବିଜେଡି ଦଖଲ କରିଥିଲା । ତେବେ ୩୫ ବିଧାନସଭା ଆସନରୁ ୨୬ଟି କେବଳ ବିଜେଡି ଦଖଲ କରିଥିଲା । ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଏବେ ସମସ୍ତଙ୍କ ଉତ୍କଣ୍ଠା ବଢାଇଛି । ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଲଢୁଥିବା ଦୁଇଟି ଯାକ ବିଧାନସଭା ଆସନରେ ପଡ଼ିବ ଭୋଟ । ହିଞ୍ଜିଳି ଓ କଣ୍ଟାବାଞ୍ଜି ଆସନରେ ହେବ ମତଦାନ ।  କ୍ରମାଗତ ଷଷ୍ଠ ଥର ପାଇଁ ନବୀନ ହିଞ୍ଜିଳିରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ କଣ୍ଟାବାଞ୍ଜିରୁ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି ।

୨୦୧୯ରେ ହିଞ୍ଜିଳି ସହ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ ନବୀନ। ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହେବା ଦ୍ବାରା ବିଜେଡିର ଆସନ ବଢିବ ବୋଲି ଆଶା ରହିଛି। ଆଜି ପ୍ରଚାର ଶେଷ ଦିନରେ ଭୋଟରଙ୍କୁ ମନେଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ ପ୍ରାର୍ଥୀ ।  ଶୀର୍ଷରେ ପହଞ୍ଚିବ ପ୍ରଚାର ତାତି । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭି ୱେଟ ଭାଗ୍ୟ ପରୀକ୍ଷା ଦେବେ ।

Leave A Reply

Your email address will not be published.