ଦିନକ ପରେ ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିବ ପ୍ରଚାର

 ଦିନକ ପରେ ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିବ ପ୍ରଚାର । ୨୦ ତାରିଖରେ ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ହେବ ଭୋଟ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଆସନରେ ନେତା ବାଝିବେ ଭୋଟର ।

ଦିନକ ପରେ ରାଜ୍ୟର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଥମିବ ପ୍ରଚାର । ୨୦ ତାରିଖରେ ୫ଟି ଲୋକସଭା ଓ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ହେବ ଭୋଟ । ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଆସନରେ ନେତା ବାଝିବେ ଭୋଟର ।

କିଏ ଭୋଟରଙ୍କୁ ଆକୃଷ୍ଟ କରିପାରିବ, କାହାକୁ ଦେବେ ସମର୍ଥନ ଏହା ଉପରେ ରହିଛି ସମସ୍ତଙ୍କ ନଜର । ୨୦୧୯ ଲୋକସଭା ନିର୍ବାଚନରେଏହି ପାଞ୍ଚଟି ଆସନ ମଧ୍ୟରୁ ୩ଟି ବିଜେପି ଅକ୍ତିଆର କରିଥିଲା । ୨ଟି ଆସନରେ ହୋଇଥିଲା ବିଜେଡିର ବାଜିମାତ । ବରଗଡ଼ରେ ସୁରେଶ ପୂଜାରୀ, ସୁନ୍ଦରଗଡ଼ରେ ଜୁଏଲ ଓରାମ ଓ ବଲାଙ୍ଗୀର ଆସନରେ ସଙ୍ଗୀତା ସିଂଦେଓ ବିଜୟୀ ହୋଇଥିଲେ ।

କନ୍ଧମାଳ ଆସନରେ ଡ. ଅଚ୍ୟୁତ ସାମନ୍ତ ଓ ଆସିକା ଆସନରେ ପ୍ରମିଳା ବିଷୋୟୀ ବିଜୟୀ ହୋଇଥିଲେ । ୨୦୨୪ ନିର୍ବାଚନରେ ସୁରେଶ ପୂଜାରୀଙ୍କ ସ୍ଥାନରେ ପ୍ରଦୀପ ପୁରୋହିତଙ୍କୁ ସାଂସଦ ପ୍ରାର୍ଥୀ କରିଛି ବିଜେପି । ସୁନ୍ଦରଗଡ଼ରେ ଜୁଏଲ ଓ ବଲାଙ୍ଗୀରରେ ସଙ୍ଗୀତାଙ୍କୁ ରିପିଟ କରିଛି ଦଳ ।

ବିଜେପି ପାଇଁ କେନ୍ଦ୍ରୀୟ ନେତା ଆସି ପ୍ରଚାର କରିଛନ୍ତି । ଗତଥର ପଶ୍ଚିମ ଓଡ଼ିଶାରେ ୮ଟି ଲୋକସଭା ଆସନରୁ ୫ଟି ବାଜିମାତ କରିଥିଲେ ବିଜେପି । ଚଳିତ ନିର୍ବାଚନରେ ପୂର୍ବ ସଫଳତାକୁ ବିଜେପି ବଜାୟ ରଖିବ ନା ନାହିଁ ଏବେ ତା ଉପରେ ସମସ୍ତଙ୍କ ନଜର ।

Leave A Reply

Your email address will not be published.