କଟକ : ସାଲେପୁର ବ୍ଲକ ସୁନାଖଳା ନିକଟରେ ପୁଣି ଘାଇ ସୃଷ୍ଟି ହୋଇଛି । ଘାଇ ଦେଇ ଚାଷ ଜମିକୁ ପାଣି ମାଡିବାରୁ ଚାଷୀ ଭୟଭୀତ ହୋଇଛନ୍ତି । ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲର ଦକ୍ଷିଣ ପାଶ୍ୱରେ ନିର୍ମିତ ବନ୍ଧ କାମ ଅତି ନିମ୍ନମାନର ହୋଇଥିବାରୁ ଘାଇ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି । ତିନି ଦିନ ତଳେ ଗୋପୀନାଥପୁର ଅଞ୍ଚଳରେ ସୃଷ୍ଟି ହୋଇଥିବା ଘାଇକୁ ବନ୍ଧା ଯାଇନାହିଁ । ପୁଣି ଏକ ଘାଇ ସୃଷ୍ଟି ହେବାରୁ ଚାଷୀଙ୍କ ଦିନ ହଜିଯାଇଛି ।