ଖୁବ୍ଶୀଘ୍ର ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନ୍ସର ହସ୍ପିଟାଲ

ଭୁବନେଶ୍ବର : ଖୁବ୍ଶୀଘ୍ର ଭୁବନେଶ୍ୱରରେ ପ୍ରତିଷ୍ଠା ହେବ କ୍ୟାନ୍ସର ହସ୍ପିଟାଲ । ଉପଦେଷ୍ଟା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ଟାଟା କଂପାନୀ ସହ ରାଜ୍ୟ ସରକାର ଏଥିପାଇଁ ଏମ୍ଓୟୁ ସ୍ୱାକ୍ଷର କରିଥିଲେ । ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ ଓ ରାଜ୍ୟ ସରକାର ମିଳିତ ଭାବେ ଏହି ହସ୍ପିଟାଲ ନିର୍ମାଣ କରିବେ । ୫୦ ପ୍ରତିଶତ ଅର୍ଥ ରାଜ୍ୟ ସରକାର ପ୍ରଦାନ କରିବେ । ଆଉ ୫୦ ପ୍ରତିଶତ ଅର୍ଥ ଟାଟା ଦେବ । ଏଥିପାଇଁ ଏସ୍ପିଭି ପ୍ରସ୍ତୁତ କରାଯାଉଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି ସୂଚନା ଦେଇଛନ୍ତି ।