ମୟୁରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର, ଜିଲ୍ଲାରେ ଖୋଲିବ କର୍କଟ ଚିକିତ୍ସା କେନ୍ଦ୍ର

ମୟୁରଭଞ୍ଜ(କେନ୍ୟୁଜ୍):ମୟୂରଭଞ୍ଜ ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର। ଏଣିକି ଜିଲ୍ଲାର କର୍କଟ ରୋଗୀଙ୍କୁ ଚିକିତ୍ସା ପାଇଁ ଆଉ ବାହାରକୁ ଯିବାକୁ ପଡ଼ିବନି। ରାଜ୍ୟ ସରକାର ଏବଂ ଟାଟା ମେମୋରିଆଲ ହସପିଟାଲ କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ଖୋଲିବାକୁ ଯାଉଛି କର୍କଟ ରୋଗ ନିରୂପଣ ଓ ଚିକିତ୍ସା କେନ୍ଦ୍ର। ରାଜ୍ୟ ସରକାର ଏବଂ ଟାଟା ମେମୋରିଆଲ ହସପିଟାଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ପରେ ମୁମ୍ବାଇର ଟାଟା ମେମୋରିଆଲ ହସପିଟାଲ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର କନସଲଟାଣ୍ଟ ବାରିପଦା ଗସ୍ତ କରିଛନ୍ତି।

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ସମେତ ମୟୂରଭଞ୍ଜ ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ବିଶେଷଜ୍ଞ ଦଳ ହସ୍ପିଟାଲର ଥିବା ବିଭିନ୍ନ ସରକାରୀ ବ୍ୟବସ୍ଥା ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଖୁବ୍‌ ଶୀଘ୍ର ଏହି କ୍ୟାନସର ଚିକିତ୍ସା ସୁବିଧା କାର୍ଯ୍ୟକାରୀ ହେବ। ପ୍ରଥମ ପର୍ଯ୍ୟାୟରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ୧୦ଟି ବେଡର ବ୍ୟବସ୍ଥା ରଖାଯିବ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.