ଚାକିରି ପାଇଁ ଶୀତ କାକରରେ ଶହ ଶହ ଯୁବକ

ଭୁବନେଶ୍ୱର(କେନ୍ୟୁଜ୍) : ସେନାରେ ଭର୍ତି ପାଇଁ ଭୋର 5ଟାରୁ ଭୁବନେଶ୍ୱରରେ ରହିଛି ଇଣ୍ଟରଭିୟୁ। ଏଣୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଶହ ଶହ ଯୁବକ ଭୁବନେଶ୍ୱର ଆସି ଏକତ୍ରିତ ହୋଇଛନ୍ତି।
ଏତେ ସକାଳୁ ଆସି ସାକ୍ଷାତକାର ପାଇଁ ପହଂଚିବା ସହଜ ନଥିବାରୁ ଭୁବନେଶ୍ୱର ସ୍ଥିତ 120 ବାଟାଲିୟନ ପାଚେରୀ ପାଖରେ ଶୀତ କାକରାରେ ପଡ଼ି ରହିଛନ୍ତି ଶହଶହ ଯୁବକ । କାହା ଦେହରେ ଖଣ୍ଡେ ଚାଦର ତା ଆଉ କେହି ପାଚେରୀ ପାଖରେ ଚିନ୍ତାରେ ଶୋଇ ପଡିଛନ୍ତି।