କୋରାପୁଟ ଜିଲ୍ଲାରେ ୨କୋଟିରୁ ଅଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ

କୋରାପୁଟ (କେନ୍ଯୁଜ୍):କୋରାପୁଟ ଜିଲ୍ଲାରେ ୨କୋଟିରୁ ଅଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଚାଷ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ। ଛତିଶଗଡ ସୀମାନ୍ତ କାଠପୋଡା ପଞ୍ଚାୟତର ଜି. ମାଝିଗୁଡା ମୌଜାରେ ବହୁ ସଂଖ୍ୟାରେ ଗଂଜେଇ ଗଛକୁ ନଷ୍ଟ କରାଯାଇଛି।

ବୈପାରୀଗୁଡା ଥାନା ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ କରିଥିଲା। ୩୮ ଏକର ଜମିରେ ଗଂଜେଇ ଚାଷ ନଷ୍ଟ କରାଯାଇଛି। ଆନୁମାନିକ ମୂଲ୍ୟ ୨କୋଟିରୁ ଅଧିକ ଟଙ୍କା ହେବ। ଓଡିଶା-ଛତିଶଗଡ ସୀମାନ୍ତ ମାଓ ପ୍ରବଣ ଅଂଚଳରେ ଗଞ୍ଜେଇ ମାଫିଆମାନେ ଚୋରାରେ ଗଂଜେଇ ଚାଷ କରୁଥିବା ସୂଚନା ପରେ ଚଢାଉ କରାଯାଇଥିଲା।

Leave A Reply

Your email address will not be published.