STF କବ୍‌ଜାରେ ଗଞ୍ଜେଇ ମାଫିଆ ଶିବନାଥ ସିଂହ, କୋରାପୁଟ ପୋଲିସ୍ ସହାୟତାରେ ଆଗ୍ରା ନିକଟରୁ ଗିରଫ

ଭୁବନେଶ୍ବର(କେନ୍ୟୁଜ୍‌): STF କବ୍‌ଜାରେ ଗଞ୍ଜେଇ ମାଫିଆ ଶିବନାଥ ସିଂହ । କୋରାପୁଟ ପୋଲିସ ସହାୟତାରେ ଉତ୍ତରପ୍ରଦେଶର ଆଗ୍ରା ନିକଟରୁ ଶିବନାଥ ସିଂହକୁ ଗିରଫ କରିଛି STF। ଶିବନାଥ ଜଣେ ଅନ୍ତଃରାଜ୍ୟ ଚୋରା ନିଶା ବେପାରୀ । ୨୦୨୧ ଅଗଷ୍ଟ ୭ତାରିଖରେ ମାଛକୁଣ୍ଡ ପୋଲିସ ୨ଜଣ ଗଞ୍ଜେଇ ଚୋରାଚାଲାଣକାରୀଙ୍କଠାରୁ ୮୧୦ କେଜି ଗଞ୍ଜେଇ ସହ ଗୋଟିଏ ଭ୍ୟାନ୍‌ ଜବତ କରିଥିଲା ।

ପଚରାଉଚୁରା ସମୟରେ ସେମାନେ ଶିବନାଥ ହିଁ ମାଷ୍ଟର ମାଇଣ୍ଡ ବୋଲି କହିଥିଲେ। ଶିବନାଥକୁ ଆଗ୍ରା କୋର୍ଟରେ ହାଜର କରାଯାଇଥିଲା। ୫ ଦିନିଆ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ତାକୁ ଅଣାଯାଉଛି । କୋରାପୁଟ ସ୍ପେଶାଲ ଜଜ୍‌ଙ୍କ କୋର୍ଟରେ ହାଜର କରାଯିବ।

Leave A Reply

Your email address will not be published.