ଶାଢୀ ଭିତରେ ୫ଲକ୍ଷ ଟଙ୍କାରୁ ଅଧିକ ମୂଲ୍ଯର ଗଞ୍ଜେଇ ଚାଲାଣ: ମହିଳାଙ୍କ ସହ ୨ ଅଭିଯୁକ୍ତ ଗିରଫ

କଳାହାଣ୍ଡି(କେନ୍ଯୁଜ୍): ଶାଢୀ ଭିତରେ ଚାଲିଥିଲା ଗଞ୍ଜେଇ ଚାଲାଣ । ପୋଲିସ ହାବୁଡରେ ପଡିଗଲେ ମହିଳାଙ୍କ ସହ ୨ଅଭିଯୁକ୍ତ । ଶାଢୀ ନେଇ ଯାଉଥିବା ଏକ ବୋଲେରୋ ଭିତରୁ ୧୬୬ କେଜି ଗଞ୍ଜେଇ ସହ ୩ ଅଭିଯୁକ୍ତ ଗିରଫ କରିଛି କଳାହାଣ୍ଡି କେସିଙ୍ଗା ପୋଲିସ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି ।

ସମସ୍ତ ଗିରଫ ଅଭିଯୁକ୍ତ ବିହାର ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ଶାଢୀ ବ୍ୟବସାୟ କରିବା ଅଳରେ ଏମାନେ ଗଞ୍ଜେଇ ବେପାର କରୁଥିଲେ । ଶାଢୀ ପ୍ୟାକେଟରେ ଗଞ୍ଜେଇ ଲୁଚେଇ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କାରୁ ଅଧିକ ହେବ । ଏନେଇ ଅଧିକ ତଦନ୍ତ କରୁଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.