ଆର୍ମୀ ଷ୍ଟିକର ଥିବା କାରରେ ଗଞ୍ଜେଇ ଚାଲାଣ: କଟକର ନିର୍ଗୁଣ୍ଡି ଠାରେ ପାଟ୍ରୋଲିଂ ବେଳେ ଜବତ, ୨ଗିରଫ

କଟକ: ଆର୍ମୀ ଷ୍ଟିକର ଥିବା କାରରେ ଗଞ୍ଜେଇ ଚାଲାଣ। କାରକୁ ଜବତ କରିଛି କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ଚାଲାଣ ହେଉଥିବା ୩୨ କେଜି ଗଞ୍ଜେଇ ସହ ୨ଜଣଙ୍କୁ ଗିରଫ କରାଯାଇଛି। ନୟାଗଡ଼ରୁ ପଶ୍ଟିମବଙ୍ଗ ଚାଲାଣ ହେଉଥିଲା ଗଞ୍ଜେଇ । ଏଥିରେ ସେମାନଙ୍କର କୌଣସି ଭୂମିକା ନାହିଁ ବରଂ ସେମାନଙ୍କୁ ଫସାଇ ଦିଆଯାଇଥିବା ଅଭିଯୋଗ କରିଛନ୍ତି ଦୁଇ ଗିରଫ।

କଟକର ନିର୍ଗୁଣ୍ଡି ଠାରେ ପାଟ୍ରୋଲିଂ ବେଳେ ଏହି କାରକୁ ଜବତ କରାଯାଇଥିଲା। ତେବେ ଗାଡ଼ିଟି ପ୍ରକୃତରେ କୌଣସି ସାମରିକ ଅଧିକାରୀଙ୍କର ନା ଚେକିଂରୁ ବର୍ତ୍ତିବା ପାଇଁ ଅଭିଯୁକ୍ତ ଏଭଳି ଷ୍ଟିକର ବ୍ୟବହାର କରିଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.