କୋରାପୁଟ : ଲମତାପୁଟ ଓ ପାଡୁଆ ପୋଲିସ୍ ଦ୍ଵାରା ୭୦ ଲକ୍ଷ ଟଙ୍କାର ଗଂଜେଇ ଜବତ

କୋରାପୁଟ : କୋରାପୁଟ ପୋଲିସକୁ ସଫଳତା। ଲମତାପୁଟ ଓ ପାଡୁଆ ପୋଲିସ ଦ୍ଵାରା ୩ଟି ଗାଡିରୁ ଜବତ ହୋଇଛି ୭୦ ଲକ୍ଷ ଟଙ୍କାର ଗଂଜେଇ। ଆନ୍ଧ୍ର ସୀମାନ୍ତ ବାଞ୍ଜେଲପୁଟ ନିକଟରେ ଯାଞ୍ଚ ବେଳେ ଗଞ୍ଜେଇ ଜବତ କରାଯାଇଛି ।

ସୂତ୍ରରୁ ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ବେଳେ ଲାମତାପୁଟ ପୋଲିସ ସୀମା ଅନ୍ତର୍ଗତ ଚାଙ୍ଗୁଡିପଡା ଛକରେ ଗଂଜେଇ ପରିବହନରେ ନିୟୋଜିତ ଭ୍ୟାନକୁ ପୋଲିସ ଟିମ୍ ଅଟକାଇଥିଲା।

ତେବେ ଏହି ସମୟରେ ଉଭୟ ଗାଡିରେ ଥିବା ବ୍ୟକ୍ତିମାନେ ଘଟଣାସ୍ଥଳରୁ ପଳାଇବାରେ ସଫଳ ହୋଇଥିଲେ। ଖୋଜାଖୋଜି ବେଳେ ପୋଲିସ ପ୍ରାୟ ୫୦୦ କିଲୋଗ୍ରାମ ଗଂଜେଇ ଜବତ କରି ପିକଅପ୍ ଭ୍ୟାନ୍ ଏବଂ ଏକ ଏସୟୁଭି ଜବତ କରିଛି। ଅନ୍ୟ ଏକ ଘଟଣାରେ ପାଡୁଆ ପୋଲିସ ମଧ୍ୟ ପ୍ରାୟ ୨୦୦ ଗ୍ରାମ ଗଂଜେଇ ଜବତ କରାଯାଇଥିବାବେଳେ, ଗୋଟିଏ ମିନି ଟ୍ରକ ଜବତ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.