ଚୋରାଚାଲାଣ ବେଳେ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଅଟୋ ଜବତ, ୭ ମାଫିଆ ଗିରଫ

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଚିତ୍ରକୋଣ୍ଡାରୁ ଡାଇକ-୩ରୁ ଆନ୍ଧ୍ରପ୍ରଦେଶକୁ ଚୋରାଚାଲାଣ ବେଳେ ଗଞ୍ଜେଇ ବୋଝେଇ ଅଟୋ ଜବତ । ଏହାସହ ୩ଟି ମୋଟର ସାଇକେଲ ସହ ୭ ଜଣ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ପୋଲିସ୍ ।
ତେବେ ଯାହା ଜଣାପଡିଛି , ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ଘଟଣାରେ ଗିରଫ ମାନଙ୍କୁ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ୍।