ହଟିଲେ କ୍ୟାଣ୍ଟେନମେଣ୍ଟ ଥାନା ଆଇଆଇସି ଦିନକୃଷ୍ଣ ମିଶ୍ର, ବଟି ମାଗିବାର ଭିଡିଓ ହୋଇଥିଲା ଭାଇରାଲ

କଟକ(କେନ୍ୟୁଜ୍):କ୍ୟାଣ୍ଟନମେଣ୍ଟ ଥାନାରୁ ହଟିଲେ IIC ଦୀନକୃଷ୍ଣ ମିଶ୍ର । ତାଙ୍କୁ ପୋଲିସ କମିଶନର ହଟାଇ ଦେଇଛନ୍ତି । ଦରଘାବଜାର ଥାନା IIC ପ୍ରଦୀପ ଜେନାଙ୍କୁ କ୍ୟାଣ୍ଟନମେଣ୍ଟ ଥାନାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । କଟକ ବାଲିଯାତ୍ରାରେ କ୍ୟାଣ୍ଟନମେଣ୍ଟ ଥାନା ଆଇଆଇସି ଚାନ୍ଦା ଆଦାୟ କରୁଥିବା ନେଇ ଅଭିଯୋଗ ଆଣିଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ପାର୍କିଂ ପ୍ଲେସ ପାଇଁ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଚାନ୍ଦା ମାଗିଥିବା ଅଭିଯୋଗ ହୋଇଛି।

ଥାନା ଅଧିକାରୀ ୫୦ ହଜାର ଦାବି କରି ୪୦ ହଜାର ଟଙ୍କା ଚାନ୍ଦା ନେଇଥିବାର ଅଭିଯୋଗ ହୋଇଛି। ଏ ପ୍ରସଙ୍ଗରେ ଏକ ଭିଡିଓ ଜାରି କରିଛି ବିଜେପି। ଏହାସହ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ସବ ଇନ୍‌ସ୍ପେକ୍ଟର ମୋତିଲାଲ ମାରାଣ୍ଡିଙ୍କ ବହିଷ୍କାର ଦାବି କରାଯାଇଛି। ଅନ୍ୟପଟେ ତଦନ୍ତ ହେବାପରେ ସତ୍ୟାସତ୍ୟ ଜଣାପଡିବ ବୋଲି କହିଛନ୍ତି ଆଡିସନାଲ ଡିସିପି ଅନୀଲ ମିଶ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.