ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ ଗୁଳୁଗୁଳି ଓ ତାତିରୁ ମିଳିଲା ଆଶ୍ବସ୍ତି  । ବିଜୁଳି ଘଡ଼ଘଡ଼ି ସହ ବର୍ଷା ସହ ଭିଜିଛି ଭୁବନେଶ୍ବର । ୨୫ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଏକ ଘୂର୍ଣ୍ଣିବଳୟ । ସେପଟେ ରାଜ୍ୟରେ ଜାରି ରହିଛି ଅସହ୍ୟ ଗୁଳୁଗୁଳି । ଉପକୂଳରେ ପ୍ରଚଣ୍ଡ ଗୁଳୁଗୁଳିରେ ଆଉଟୁପାଉଟୁ ଜନଜୀବନ । ଆହୁରି ଦୁଇଦିନ ଯାଏ ଏଭଳି ସ୍ଥିତି ଲାଗି ରହିବ । ଉଷ୍ମ ଓ ଆଦ୍ର ବାୟୁ ପ୍ରବାହରେ ଗୁଳୁଗୁଳି ଅସ୍ତବ୍ୟସ୍ତ କରିବ ।

ଗୁଳୁଗୁଳି ସହ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ପାଞ୍ଚ ଦିନ ଯାଏ ଅନେକ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସମୟରେ ପବନ ଘଣ୍ଟା ପ୍ରତି ବେଗ ୩୦ରୁ ୪୦ କିମି ରହିବା ସମ୍ଭାବନା ରହିଛି । ୨୦ ତାରିଖରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ୨୦ରେ ପ୍ରବଳ ବର୍ଷା ନେଇ ଗଜପତି, ଗଞ୍ଜାମ, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୧ରେ ୪ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବର ଏବଂ ୨୨ରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

You might also like