ଭୁବନେଶ୍ୱରରୁ ୬ ନୂଆ କରୋନା ପଜିଟିଭ ଚିହ୍ନଟ, ୧୯ ହେଲେ ସୁସ୍ଥ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମୁନିସିପାଲ ଅଂଚଳରୁ ଗତ ୨୪ ଘଣ୍ଟା ଭିତରେ ୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହାକୁ ମିଶାଇ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ କୁ ବୃଦ୍ଧି ପାଇଛି । ଏମଧ୍ୟରୁ ୧୬୫ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ଏଯାବତ ୪ ଜଣଙ୍କ ମୃତ୍ୟୁ ହୋଇଛି ।  ଏବେ ସହରରେ ୧୨୨ଟି ଆକ୍ଟିଭ କେସ ରହିଛି । ଆଜି ଚିହ୍ନଟଙ୍କ ମଧ୍ୟରେ ଜଣେ ଡୁମୁଡୁମା ଫେଜ-୧ ଅଂଚଳରୁ ୨୪ ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି ।ଭୁବନେଶ୍ୱରରେ ଆଜି ୧୯ ଜଣ କରୋନାରୁ ସୁସ୍ଥତା ଲାଭ କରିଛନ୍ତି |

ତାଙ୍କର ବାଙ୍ଗାଲୋର ଟ୍ରାଭେଲ ହିଷ୍ଟ୍ରୀ ରହିଥିଲା । ଯେବେକି ନୟାପଲ୍ଲୀ ଆଇଆରସି ଭିଲେଜ ଅଂଚଳର ଜଣେ ୪୧ ବର୍ଷୀୟ ବ୍ୟକ୍ତିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ସେ କୋଲକାତାରୁ ଫେରିଥିବା ଜଣାଯାଇଛି । ଯେବେକି ଭୁବନେଶ୍ୱର ସ୍ଥିତ ବାପୁଜୀ ନଗର ଅଂଚଳର ୩୮ ବର୍ଷୀୟ ବ୍ୟକ୍ତିଙ୍କର ବି କରୋନା ପଜିଟିଭ ରିପୋର୍ଟ ଆସିଛି ।

ସେ ପୂର୍ବରୁ କୋଲକାତା ଯାଇ ଫେରିଥିଲେ । ଯେବେକି ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ୨୪ ବର୍ଷୀୟ ମହିଳାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଅନ୍ୟପକ୍ଷରେ ଭୁବନେସ୍ୱର ସ୍ଥିତ ଟଙ୍କପାଣି ରୋଡ଼ ଅଂଚଳର ଜଣେ ୫୫ ବର୍ଷୀୟ ଲୋକ ବି ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ମୁତାବକ ରାଜଧାନୀ ଫରେଷ୍ଟ ପାର୍କ ଅଂଚଳର ଜଣେ ୩୬ ଜଣ ବାସିନ୍ଦାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି ।

Leave A Reply

Your email address will not be published.