ନିଶାସକ୍ତ ଡ୍ରାଇଭରର ବେପରୁଆ ଗାଡି ଚାଳନା, ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଡିଭାଇଡର ଉପରେ ଝୁଲିଲା କାର୍

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଡିଭାଇଡର ଉପରେ ଝୁଲିଲା କାର । ନିଶାସକ୍ତ ଅବସ୍ଥାରେ ଗାଡି ଚଲାଉଥିବା ସମୟରେ ଡିଭାଇଡର ଉପରକୁ ଗାଡ଼ି ଚଢ଼ାଇଦେଲେ ଗାଡ଼ି ଚାଳକ । ମାଷ୍ଟରକ୍ୟାଣ୍ଟିନରୁ ବିଧାନସଭା ଅଭିମୁଖେ ଯାଉଥିବା ବେଳେ ଡିଭାଇଡର ଉପରେ ଚଢ଼ି ଯାଇଥିଲା ସ୍କର୍ପିଓ ଗାଡି । କାହାର କିଛି କ୍ଷତି ହୋଇନାହିଁ । ଗାଡିଟି ବିଧାୟକ ରମେଶ ଜେନାଙ୍କର ବୋଲି ଜଣାପଡିଛି । ଦୁର୍ଘଟଣା ବେଳେ ଗାଡିରେ ବିଧାୟକ ରମେଶ ଜେନା ନଥିଲେ ।

ସୂଚନା ଥାଉକି ଚଳିତ ବର୍ଷ ପାର୍ବଣରେ ଭିଡ଼ ରୋକିବା ପାଇଁ ଟ୍ବିନ୍  ସିଟିରେ କଡ଼ା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି। କରୋନା କଟକଣା ଭିତରେ ଚାଲିଥିଲା ପୂଜାର୍ଚ୍ଚନା। ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ଗତ ଦୁଇ ଦିନ ହେବ କଟକ, ଭୁବନେଶ୍ୱରରେ ରାତି ଆଠଟାରୁ ଲାଗୁ ହେଇଛି ନାଇଟ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ଯାଏ ଜାରି ରହିବ ନାଇଟ କର୍ଫ୍ୟୁ। କଟକରେ ମୁତୟନ ହେଇଛନ୍ତି ୩୨ ପ୍ଲାଟୁନ ଫୋର୍ସ ।

୨୦ ଚେକ୍‌ ପୋଷ୍ଟ ସହ ଶହେ ପୋଲିସ ଅଧିକାରୀ ଓ ୧୫୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି। ମଦୁଆଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କାର୍ଡ ମଧ୍ଯ ପ୍ରସ୍ତୁତ କରାଯାଇଛି। ପୂଜାରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କଠୋର ପଦକ୍ଷେପ ନିଆଯିବ ବୋଲି ପୋଲିସ କମିଶନର ଚେତାବନୀ ଦେଇଛନ୍ତି। ତଥାପି ଆଇନକୁ ଖାତିର ନକରି ଏଭଳି ବେପରୁଆ ଭାବେ ଗାଡି ଚଳାଇ ଦୁର୍ଘଟଣା ଘଟାଇବା ନିହାତୀ ପରିତାପର ବିଷୟ। ସୌଭାଗ୍ଯ ବଶତଃ ଦୁର୍ଘଟଣା ବଶତଃ କାହାର ଜୀବନ ହାନୀ ହୋଇନାହିଁ । ନାଇଟ୍‌ କର୍ଫ୍ୟୁ ପାଇଁ ରାସ୍ତା ଘାଟ୍ ସାଧାରଣ ଦିନ ଅପେକ୍ଷା ଫାଙ୍କା ରହିଥିଲା । ଯାହାଦ୍ବାରା ଏକ ବଡ ଅଘଟଣ ଘଟିଥିଲେ ବି ସଭିଏଁ ସୁରକ୍ଷିତ ରହିଗଲେ।

ତେବେ ପୂଜା ଆରମ୍ଭ ପୂର୍ବରୁ ବହୁ ଅମାନିଆଙ୍କୁ ଗିରଫ କରାଯାଇଥିଲା। ନାଇଟ୍‌ କର୍ଫ୍ୟୁକୁ କ଼ଡାକଡି ପାଳନ କରିବା ପାଇଁ ରାତିରେ ସ୍ପେଶାଲ୍‌ ସ୍କ୍ଵାର୍ଡ ନିୟୋଜିତ କରାଯିବା ସହ ସାଦା ପୋଷାକ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। କୋଭିଡ କଟକଣାରେ ଚଳିତବର୍ଷ ଦୁର୍ଗାପୂଜା ପାଳନ କରାଯାଉଛି।

 

 

 

Leave A Reply

Your email address will not be published.