କାର ବାଇକ ମୁହାଁମୁହିଁ ଧକ୍କା, ଜଣେ ମୃତ

ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଶିଆଳିଲଟି ଗ୍ରାମ ନିକଟରେ କାର ବାଇକ ମୁହାଁମୁହିଁ ଧକ୍କାରେ ଜୀବନ ହାରିଲେ ବାଇକ ଚାଳକ ।

ମୋହନା (କେନ୍ୟୁଜ): କାର ବାଇକ ମୁହାଁମୁହିଁ ଧକ୍କାରେ ଜୀବନ ହାରିଲେ ବାଇକ ଚାଳକ । ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଶିଆଳିଲଟି ଗ୍ରାମ ନିକଟରେ ।

ସୂଚନା ମୁତାବକ ନିଜ ଗ୍ରାମ କାମପଦରରୁ ଚୁଡଙ୍ଗପୂର ଆଡକୁ ବାଇକ ଆରୋହୀ ବସନ୍ତ ବୀର ଯାଉଥିବା ବେଳେ ଅପର ପାର୍ଶ୍ଵରୁ ଆସୁଥିବା ଏକ କାର ସହିତ ବାଇକର ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ବାଇକ ଚାଳକ ବସନ୍ତ ଗୁରୁତର ଆହତ ହୋଇଥିଲେ । ବସନ୍ତକୁ ଏକ କାର ଯୋଗେ ମୋହନା ମେଡିକାଲକୁ ସ୍ଥାନୀୟ ଲୋକ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରୁ କାର ଡ୍ରାଇଭର ଫେରାର ଥିବା ଜଣା ପଡିଛି ।