କାରରେ ଲାଗିଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର

ପାରାଦୀପ: କାର୍ ସହ ଜଳିଗଲେ ଆରୋହୀ । ଗାଡ଼ି ଭିତରେ ଜୀବନ୍ତ ଦଗ୍ଧ ହୋଇଗଲେ ଡ୍ରାଇଭର । ପାରାଦୀପ କାଠଗଡ଼ା ନିକଟରେ ଜଳିଗଲା କାର୍ । ହଠାତ୍ କାରଟି ଜଳୁଥିବା ଦେଖି ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ ଲିଭାଇବା ବେଳକୁ ବ୍ୟକ୍ତି ଜଣଙ୍କ ସମ୍ପୂର୍ଣ୍ଣ ଜଳି ଯାଇଥିଲେ ।

ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାରଟି ହୋଣ୍ଡା i20 ବୋଲି ଜଣାପଡିଛି । କାରଟି କାହାର ଏବଂ କାରରେ ଥିବା ବ୍ୟକ୍ତି କିଏ ଓ ତାଙ୍କ ଘର କେଉଁଠି ସେ ସମ୍ପର୍କରେ ସଠିକ ତଥ୍ୟ ଜଣାପଡିନାହିଁ ।

ଆହୁରି ପଢ଼ନ୍ତୁ : ରାଜ୍ୟର ବିଭିନ୍ନ ସ୍ଥାନରେ ଜଳୁଛି ଜଙ୍ଗଲ, ନିଆଁ ଲାଗିବା ଯୋଗୁଁ ଆଖପାଖ ଅଞ୍ଚଳରେ ତାତି ଅନୁଭୂତ