ଜଳିଗଲା ଚଳନ୍ତା କାର୍, ଅଳ୍ପକେ ବର୍ତିଲେ ଡ୍ରାଇଭର୍

ବ୍ରହ୍ମପୁର : ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍ । ଅଳ୍ପକେ ବର୍ତିଲେ ଡ୍ରାଇଭର୍ ସମେତ ୪ ଯାତ୍ରୀ । ଗଂଜାମ ଜିଲ୍ଲା ବ୍ରହ୍ମପୁର – ଭଂଜନଗର ମୁଖ୍ୟ ରାସ୍ତାର, ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗୀପଲୀ ଗାଁ ନିକଟ ରାସ୍ତାରେ ଘଟିଛି ଏଭଳି ଘଟଣା । କାର୍ ରେ ବସିଥିବା ସମସ୍ତ ଯାତ୍ରୀ ଏବଂ ଡ୍ରାଇଭର୍ ସମେତ, ସମସ୍ତ ୪ ଜଣ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ଘଟଣା ସ୍ଥଳରେ ଭଂଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ । ପରେ ପରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।

ଡ୍ରାଇଭର ଦେଇଥିବା ସୂଚନା ପ୍ରକାରେ, କାର୍ ର ଏ.ସି ରୁ ପ୍ରଥମେ ନିଆଁ ବାହାରିଥିଲା । ଘଟଣା ସ୍ଥଳରେ ଗାଡ଼ି ରଖି, ସେଥିରେ ବସିଥିବା ସମସ୍ତ ଯାତ୍ରୀ ତୁରନ୍ତ ଓହ୍ଲାଇ ପଡ଼ିଥିଲେ । ଫଳରେ ସମସ୍ତେ ଏକ ବଡଧରଣର ଅଘଟଣ ରୁ ବର୍ତ୍ତି ଯାଇଥିଲେ । କାର୍ ଟି ବ୍ରହ୍ମପୁର ରୁ ଭଂଜନଗର ଅଭିମୁଖେ ଯାଉଥିଲା ।