ବେଗୁନିଆ: ବାଘମାରୀ ବଜାର ଉପରେ ଜଳିଗଲା କାର୍‌, ସର୍ଟ ସର୍କିଟରୁ ନିଆଁ ଲାଗିଥିବା ସୂଚନା

ବେଗୁନିଆ (କେନ୍ୟୁଜ): ବେଗୁନିଆ ବାଘମାରୀ ବଜାର ଉପରେ ହୁତୁହୁତୁ ହୋଇ ଜଳିଗଲା ମାରୁତି କାର । ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଏକ ମାରୁତି କାରରେ ବୋଲଗଡ ଅଞ୍ଚଳର ପାଲାକାର ଦଳ କଟକ ଜଗତସିଂହପୁର ପାଲା ପରିବେଷଣ ନେଇ ଯାଉଥିବା ବେଳେ ବାଘମାରୀ ବଜାର ଉପରେ ଗାଡି ରଖି ପାନ ଖାଇ ଡ୍ରାଇଭର ପୁଣି ଗାଡି ଷ୍ଟାର୍ଟ ମାରିବା ବେଳକୁ ସର୍ଟସର୍କିଟ ହୋଇ ନିଆଁ ବାହାରିଥିଲା । ତେବେ ସମସ୍ତ ପାଲା କଳାକାର ଘଟଣା ସ୍ଥଳ ଗାଡି ଛାଡି ପଳାଇ ଯାଇଥିବା ବେଳେ ନିଆଁର ପ୍ରକୋପ ବଢିବାରୁ ଆଖପାଖ ଦୋକାନ ବନ୍ଦ କରି ପଳାଇଯାଇଥିଲେ । ଏହା ପରେ ଗାଡିରେ ଲାଗିଥିବା ଗ୍ୟାସ୍ ଟାଙ୍କିକୁ ନିଆଁ ଧରି ଥିବା ବେଳେ ୫୭ନମ୍ବର ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା ।

ଖବର ପାଇ ବେଗୁନିଆ ଅଗ୍ନିଶମ ପହଞ୍ଚି ନିଆଁକୁ ଆୟତ କରିବା ପରେ ଦୀର୍ଘ ଏକଘଣ୍ଟା ପରେ ସବୁ ସ୍ୱାଭାବିକ ହୋଇଛି।ତେବେ ଗାଡିଟି ସଂମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଆଉ କିଛି କ୍ଷୟକ୍ଷତି ହେଇନାହିଁ ।

Leave A Reply

Your email address will not be published.