ଚାଲୁଥିବା କାରରେ ଅଚାନକ ଲାଗିଲା ନିଆଁ

ନିଆଁ ଲାଗି ଜଳିଗଲା କାର୍‌ । ଗତକାଲି ରାତିରେ ପୁରୀରୁ ଶବଦାହ କରି ଫେରୁଥିବା ଏକ କାର୍‌ରେ ଅଚାନକ ନିଆଁ ଲାଗି ଯାଇଥିଲା । ପୁରୀରୁ ଫେରୁଥିବା ଏହି କାର୍‌ ଭୁବନେଶ୍ୱର ଲକ୍ଷ୍ମୀସାଗର ବଡ଼ଗଡ଼ କେନାଲ ବନ୍ଧ ରାସ୍ତାରେ ଯାଉଥିବା ବେଳେ କୌଣସି କାରଣରୁ ନିଆଁ ଲାଗି ଜଳିବା ଆରମ୍ଭ ହୋଇ ଯାଇଥିଲା । ଫଳରେ କାର୍‌ର ଡ୍ରାଇଭର ତୁରନ୍ତ ଗାଡ଼ିରେ ବସିଥିବା ଯାତ୍ରୀଙ୍କୁ ଓହ୍ଲାଇ ଦେଇ ଦମ୍‌କଳ ବାହିନୀକୁ ଫୋନ୍‌ କରିଥିଲେ । ଅଗ୍ନିଶମ କର୍ମଚାରୀ ଆସି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ କାର୍‌ଟିର ଅଧିକାଂଶ ଭାଗ ଜଳି ଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.