ବୋଲଗଡ ପଞ୍ଚୁକୋଟ ନିକଟରେ କାର୍-ମିନିଟ୍ରକ୍ ମୁହାଁମୁହିଁ ଧକ୍କା: ୩ମୃତ, ଜଣେ ଗୁରୁତର

ବେଗୁନିଆ(କେନ୍ୟୁଜ୍): କାର୍-ମିନିଟ୍ରକ୍ ମୁହାଁମୁହିଁ ଧକ୍କା । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ପଞ୍ଚୁକୋଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୩ମୃତ, ଜଣେ ଗୁରୁତର । ଭୋର ୪ଟାରେ କାରଟି ଭୁବନେଶ୍ୱରରୁ ନୟାଗଡ଼ ଯାଉଥିବାବେଳେ ଘଟିଛି ଏହି ଦୁର୍ଘଟଣା । ଗୁରୁତର ଜଣଙ୍କୁ ଉଦ୍ଧାର କରାଯାଇ ଖୋର୍ଦ୍ଧା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ମୃତକଙ୍କ ପରିଚୟ ଏଯାଏ ମିଳିପାରିନାହିଁ । ଦୁର୍ଘଟଣାଗ୍ରସ୍ତ କାରଟି ଗୁଜୁରାଟର ହୋଇଥିବାରୁ ମୃତକ ଗୁଜୁରାଟର ବୋଲି ଅନୁମାନ କରାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରହିଛି।