ରାଜ୍ୟ

କଟକ ଜଗତପୁର ଇମାମନଗର ଅଞ୍ଚଳରେ ଏକ ବାହାଘର ଭୋଜି ଭିତରକୁ ପଶିଗଲା କାର୍: ୧୧ ଆହତ, ୨ ଗୁରୁତର

କଟକ: କଟକ ଜଗତପୁର ଇମାମନଗର ଅଞ୍ଚଳରେ ଦୁର୍ଘଟଣା । ଏକ ବାହାଘର ଚାଲୁଥିବା ବେଳେ ଭୋଜି ଭିତରକୁ କାର ଚଢାଇ ଦେଲେ ଜଣେ ନିଶାସକ୍ତ ଡ୍ରାଇଭର । ଗତ କାଲି ରାତି ପ୍ରାୟ ୧୦ଟା ବେଳେ ଜଗତପୁର ଇମାମ ନଗର ବାରିକ ସାହିରେ ଘଟିଛି ଏହି ଅଘଟଣ । କାର ଧକ୍କାରେ ୧୧ ଜଣ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

ଆହତଙ୍କ ମଧ୍ୟରେ ଜଣେ ୯ ବର୍ଷର ବାଳକ ଓ ୬ ବର୍ଷର ବାଳିକା ଅଛନ୍ତି । ଇମାମନଗରର ବାଇଧର ବେହେରାଙ୍କ ଦୁଇ ପୁଅଙ୍କର ବିବାହ ଭୋଜିରେ ଘଟିଛି ଏହି ଦୁଃଖଦ ଘଟଣା । ଦୁର୍ଘଟଣା ଘଟାଇଥିବା କାରଟି ବିବାହ ଭୋଜିକୁ ଆସିଥିବା ଜଣେ ସମ୍ପର୍କୀୟଙ୍କ ବୋଲି ଜଣା ପଡ଼ିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସେହି ଡ୍ରାଇଭରକୁ ନିସ୍ତୁକ ମାଡ଼ ଦେବା ସହ ପୋଲିସ ଜିମାରେ ଦେଇଥିଲେ । ଖବର ପାଇ ଜଗତପୁର ପୋଲିସ ଘଟଣା ସ୍ଥଳରେ ପହଂଚି କାରକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି ।

Sonalisa

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

26 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

32 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago