ଭାରସାମ୍ଯ ହରାଇ ମାଂସ ଦୋକାନ ଉପରକୁ ମାଡିଗଲା କାର, ୨ ଗୁରୁତର ୪ ଆହତ

କାମାକ୍ଷାନଗର(କେନ୍ଯୁଜ୍): ଦୋକାନ ଉପରକୁ ମାଡିଗଲା କାର । ଦୁର୍ଘଟଣାରେ ୨ ଗୁରୁତର ୪ ଆହତ। ଭୁବନ ଥାନା ନିଳକଣ୍ଠପୁର ଛକ ନିକଟରେ ଢେଙ୍କାନାଳ ରୁ ଭୁବନ ଆସୁଥିବା ଏକ କାର ଭାରସାମ୍ଯ ହରାଇ ରାସ୍ତା କଡରେ ଥିବା ଏକ ମାଂସ ଦୋକନ ଉପରେ ମାଡି ଯାଇଥିଲା।

ଦୁର୍ଘଟଣାରେ କାର ଚାଳକ ସ୍ୱାଧିନ ବର୍ମା ଓ ଗ୍ରାହକ ଆର୍ତବନ୍ଧୁ ବେହେରା ଗୁରୁତର ଆହତ ହୋଇଥିବା ବେଳେ ଦୋକାନ ମାଲିକ ମନମୋହନ ମଲ୍ଲିକ, ଗ୍ରାହକ କାବୁଲା ମଲ୍ଲିକ ଓ କାହ୍ନୁ ମଲ୍ଲିକ ଆହତ ହୋଇଛନ୍ତି।

ସମସ୍ତ ଆହତ ଭୁବନ ମେଡିକାଲରେ ଭର୍ତିକରାଯାଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ ଆରମ୍ଭ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.