ନିଶାଶକ୍ତ ଯୁବକ ଭିଆଇଲେ ଏଭଳି କାଣ୍ଡ, କାନ୍ଥ ଭାଙ୍ଗି ଘରେ ପଶିଗଲା କାର୍

ଭୁବନେଶ୍ୱର: କାନ୍ଥ ଭାଙ୍ଗି ଘରେ ପଶିଗଲା କାର । ଭୁବନେଶ୍ୱର ସୌଭାଗ୍ୟ ନଗରରୁ ଆସିଛି ଏପରି ଘଟଣା । ଏଭଳି କାଣ୍ଡ ଭିଆଇଛନ୍ତି ନିଶାରେ ଚୁର ଯୁବକ । ଆଜି ଭୋର ୪.୩୦ଟା ସମୟରେ ସୌଭାଗ୍ୟ ନଗର ବୈଭବ ଇଷ୍ଟେଷ୍ଟ ସ୍ଥିତ ଚାଟାର୍ଡ ଆକାଉଣ୍ଟ୍ ଅଫିସ୍ ଗେଟ୍ କୁ ପିଟିଲା ଫରର୍ଡ । ୪ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ଆସି କାନ୍ଥରେ ପିଟିଛନ୍ତି । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି ।
କାର ମାଡରେ କ୍ଷତିଗ୍ରସ୍ତ ହୋଇଛି ଅଫିସ୍ ଗେଟ୍ ଓ କାନ୍ଥ । ଏ ଘଟଣା କୁଆଡେ ପ୍ରଥମ ନୁହେଁ ନିଶାସକ୍ତ ଅବସ୍ଥାରେ ଏହି ଯୁବକମାନେ ବାରମ୍ବାର ଏଭଳି କାଣ୍ଡ କରିଥାନ୍ତି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଘଟଣାର ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ । ଘରର କାନ୍ଥ ଭାଙ୍ଗିଲେ ତାପରେ ବି ଯୁବକମାନେ ଅବାନ୍ତର ଯୁକ୍ତି କରିବାକୁ ପଛାଇ ନାହାନ୍ତି ।
ଆହୁରି ପଢ଼ନ୍ତୁ : ୩୦ ଫୁଟ୍ ତଳକୁ ଖସିପଡିଲା କାର୍: ଜଣେ ମୃତ, ଅନ୍ୟ ଜଣେ ଆହତ