ଟୋଲଗେଟ୍ ବୁଥ୍ ଉପରେ ଚଢ଼ିଗଲା କାର୍: ଚାଳକ ମୃତ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୟୂରଭଞ୍ଜ: ଭାରସାମ୍ୟ ହରାଇ ଟୋଲଗେଟ୍ ବୁଥ୍ ଉପରେ ଚଢ଼ିଗଲା କାର୍ । ଚାଳକ ମୃତ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ । ମୟୂରଭଞ୍ଜ ୧୮ ନମ୍ବର ଜାତୀୟ ରାଜପଥର ପଦ୍ମନାଭପୁର ଟୋଲଗେଟ୍ ନିକଟରେ ଦୁର୍ଘଟଣା ଘଟିଛି । ମୃତକ ହେଲେ ରାଜଦୀପ ପଟ୍ଟନାୟକ  । ବାଲେଶ୍ବରରୁ ବେତନଟୀ ଯାଉଥିବାବେଳେ ପଦ୍ମନାଭପୁରରେ ନିୟନ୍ତ୍ରଣ ହରାଇ ଟୋଲଗେଟର ୩ ନମ୍ବର ବୁଥ୍ ଉପରକୁ ମାଡିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ବୈଶିଙ୍ଗା ଥାନା ପୋଲିସ ।

 

ଆହୁରି ପଢ଼ନ୍ତୁ : ଭତ୍ତା ପାଇଁ ଯାଉଥିବା ବେଳେ ବୃଦ୍ଧାଙ୍କ ଉପରେ ଚଢ଼ିଗଲା ଟ୍ରକ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି