ଦୋକାନ ଭିତରକୁ ମାଡ଼ିଗଲା କାର୍, ମଦ୍ୟପାନ କରି ବେପରୁଆ ଗାଡ଼ିଚାଳନାରୁ ଦୁର୍ଘଟଣା

ଭୁବନେଶ୍ବର : ଦୋକାନ ଭିତରକୁ ମାଡ଼ିଗଲା କାର୍ । ଭୁବନେଶ୍ବର ୟୁନିଟ-୮ ନୀଳକଣ୍ଠନଗରରେ ଘଟିଛି ଏହି ଦୁର୍ଘଟଣା । ମଦ୍ୟପାନ କରି ବେପରୁଆ ଗାଡ଼ିଚାଳନାରୁ ଦୁର୍ଘଟଣା ହୋଇଥିବା ଅଭିଯୋଗ ହୋଇଛି । ଗାଡ଼ି ଭିତରେ ୬ ଜଣ ଯୁବକ ଥିବା ସୂଚନା ମିଳିଛି । ଦ୍ରୁତ ଗତିରେ ଗାଡିଟି କ୍ୟାବିନ ଭିତରକୁ ମାଡ଼ି ଯାଇଥିଲା । ଏହା ପରେ ଚକ୍କର କାଟି ରାସ୍ତାରେ ଅଟକିଥିଲା । ଦୁର୍ଘଟଣା ପରେ ନୟାପଲ୍ଲୀ ପୋଲିସ ତଦନ୍ତ କରୁଛି ।