କେନାଲକୁ ଖସିଲା କାର, କାରରେ ଥିବା ଦୁଇ ଯୁବକଙ୍କ ମିଳୁନି ପତ୍ତା

ଭୁବନେଶ୍ବର(କେ ନ୍ୟୁଜ): କେନାଲକୁ ଖସିଲା କାର । ବାଲିଅନ୍ତା ଥାନା ପୁରୀ ମୁଖ୍ୟ କେନାଲକୁ ଖସିଲା କାର୍ । କାରରେ ଥିବା ଦୁଇ ଯୁବକଙ୍କ ମିଳୁନି ପତ୍ତା । ରାଜଧାନୀ ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଘଟିଛି ଏମିତି ଏକ ଘଟଣା । ବିଳମ୍ବିତ ରାତିରେ ପୋଲିସ, ଅଗ୍ନିସମ ବାହିନୀ କ୍ରେନ ସାହାଯ୍ୟରେ କାରକୁ ଉପରକୁ ଉଠାଇ ଆଣିଥିଲେ । ଏଯାବତ ନିଖୋଜ ହୋଇଥିବା ଦୁଇ ଯୁବକଙ୍କର କୌଣସି ପତ୍ତା ମିଳିପାରିନଥିଲା । କିନ୍ତୁ ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ ନିଖୋଜ ଦୁଇ ଯୁବକଙ୍କର ପରିଚୟ ମିଳିଛି । ନିଖୋଜ ଦୁଇ ବ୍ୟକ୍ତି ହେଉଛନ୍ତି ଜ୍ୟୋତି

ବେଷ୍ଟ ପ୍ୟାକର୍ସ ର ଡ୍ରାଇଭର ସନ୍ଦିପ କୁମାର ଏବଂ କର୍ମଚାରୀ ମାହେନ୍ଦ୍ର କୁମାର । ଜ୍ୟୋତି ବେଷ୍ଟ ପ୍ୟାକର୍ସ ର ଦୁଇଟି କାର୍ ଶିବ ଶକ୍ତି ନଗରକୁ ଯାଉଥିଲା । ପୁରୀ ମୁଖ୍ୟ କେନାଲ୍‌ ରାସ୍ତାରେ ଗୋଟିଏ କାର୍ ଭାରସାମ୍ୟ ହରାଇ କେନାଲ୍‌ ମଧ୍ୟକୁ ଖସିଯାଇଥିଲା । କେନାଲ୍‌ର ଗଭୀର ଜଳରେ କାର ଟି ବୁଡି ଯାଇଥିଲା । ସ୍ଥାନୀୟ ସିିକ୍ୟୁରିଟି ଗାର୍ଡ ଏହା ଦେଖି ତୁରନ୍ତ ପୋଲିସ୍‌ ଏବଂ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ପୋଲିସ୍ ଏବଂ ଅଗ୍ନିଶମ ବାହିନୀ ଘଟଣା ସ୍ଥ୍ଥଳ ପହଁଁଞ୍ଚି କେନ୍ ଯୋଗେ କେନାଲ୍‌ ରୁ କାର୍ କୁ ଉପରକୁ ଉଠାଇ ଆଣିଥିିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.