କୋଣାର୍କ ଯିବା ବାଟରେ ତଳକୁ ଖସି ଜଳିଗଲା କାର୍, ୪ ଯାତ୍ରୀ ମେଡିକାଲରେ ଭର୍ତ୍ତି

ଗୋପ: କାଳ ହେଲା କୁହୁଡି । କୋଣାର୍କ ଯିବା ବାଟରେ ତଳକୁ ଖସି ଜଳିଗଲା କାର୍ । ଖୋର୍ଦ୍ଧା ମୁକ୍ତାପୁର ଅଞ୍ଚଳର ୪ ଜଣ ସାଙ୍ଗ କୋଣାର୍କ ବୁଲି ଯାଉଥିଲେ । ଏହି ସମୟରେ ଲୋଟସ ଛକ ନିକଟରେ ଘନ କୁହୁଡ଼ି ଯୋଗୁ ଦୁର୍ଘଟଣା ହୋଇଥିଲା । କାରକୁ ହାଇୱା ଧକ୍କା ଦେବାରୁ ଗାଡିଟି ରାସ୍ତା ତଳକୁ ଖସିପଡିଥିଲା । ଗାଡିରେ ଥିବା ୪ ଜଣଙ୍କୁ ପ୍ରଥମେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗରୁତର ହେବାରୁ ପରେ ସମସ୍ତଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।

ସେହିପରି କୁହୁଡି ଯୋଗୁ କଟକ ତେଲେଙ୍ଗାପେଣ୍ଠ ନିକଟ ଜାତୀୟ ରାଜପଥ ୧୬ ଉପରେ ଏକ ଓମଫେଡ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଚାଳକ ଓ ହେଲପର ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗାଡ଼ିଟି ବାରଙ୍ଗ ନରାଜରୁ କ୍ଷୀର ନେଇ ନଖରା ଅଭିମୁଖେ ଯାଉଥିବା ବେଳେ ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ବାରଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ ଗାଡ଼ିର ସମ୍ମୁଖ ଭାଗ କାଟି ଚାଳକ ଓ ହେଲପରଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଥିଲେ ।

ଆହୁରି ପଢନ୍ତୁ : ୧ କୋଟି ଦାବିରେ ୪ ଯୁବକଙ୍କ ମୁଣ୍ଡଜାମିନ ଘଟଣା: କିଡନାପ ପଛରେ ଟଙ୍କା ନା ଗଞ୍ଜେଇ କାରବାର, କାରଣ ଖୋଜୁଛି ପୋଲିସ